ଖରାଦିନକୁ ଆଉ ନାହିଁ ଡର : ବିନା ଏସିରେ ଗରମ ହେବ ଦୂର

35

ଶୀତ ପରେ ଏବେ ଖରାଦିନ ଆସିଲାଣି । ଏବର୍ଷ ଅଧିକ ଗରମ ହେବ ବୋଲି ଲୋକେ ଅନୁମାନ କଲେଣି । ଅସହ୍ୟ ଗରମରେ ଚଳିବା କେତେ ଯେ କଷ୍ଟ ଏହା ଲୋକେ ଏବେଠୁ ଅନୁଭବ କଲେଣି । ଆମେରିକାର ବୈଜ୍ଞାନିକମାନେ ଏମିତି ଏକ ନୂଆ ପଦାର୍ଥ ଉଦ୍ଭାବନ କରିଛନ୍ତି, ଯାହା ଏସିକୁ ମାତ୍ ଦେବ । ଛାତ ଉପରେ ୧୦ରୁ୨୦ବର୍ଗମିଟର ସ୍ଥାନରେ ଏହି ପଦାର୍ଥ ଲଗାଇ ଖରାଦିନେ ବିନା ଏସିରେ ଗୋଟିଏ ପରିବାର ଆରାମରେ ରହିପାରିବେ ।

ଏହି ଗ୍ଲାସ୍ ପଲିମର ହାଇବ୍ରିଡ୍ ପଦାର୍ଥର ଘନତ୍ୱ ୫୦ ମାଇକ୍ରୋମିଟର । ଯାହା ଆଲୁମିନିୟମ ଠାରୁ ସାମାନ୍ୟ ମୋଟା । ଏହାଦ୍ୱାରା ସୂର୍ଯ୍ୟକିରଣରୁ ଗରମ ହେଉଥିବା ପୃଷ୍ଠକୁ ଥଣ୍ଡା କରାଯାଇପାରିବ । ଖୁବ୍ କମ୍ ବ୍ୟୟରେ ଏହା ପ୍ରସ୍ତୁତ ହେଉଥିବା ବେଳେ ବ୍ୟବହାର ପାଇଁ ବିଦ୍ୟୁତ୍ ମଧ୍ୟ ଆବଶ୍ୟକତା ହେବନାହିଁ ।

ଗବେଷକ ତଥା ୟୁନିଭର୍ସିଟି ଅଫ୍ କଲରାଡୋର ଆସୋସିଏଟ୍ ପ୍ରଫେସର ଶିୟାଓବେଇନଙ୍କ କହିବାନୁସାରେ ଖୁବ୍ କମ୍ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରୁଥିବା ଏହି ରେଡିଓଆକ୍ଟିଭ୍ କୁଲିଂ ଟେକ୍ନୋଲୋଜି ଦ୍ୱାରା ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ସାମଗ୍ରୀ ତିଆରି କରାଯାଇପାରିବ । ଘର ଓ ଅନ୍ୟାନ୍ୟ ସ୍ଥାନକୁ ଥଣ୍ଡା ରହିବା ସହ ଏହାକୁ ବ୍ୟବହାର କରି ସୋଲାର ପ୍ୟାନେଲଗୁଡିକୁ ଦୀର୍ଘସ୍ଥାୟୀ କରାଯିବା ସମ୍ଭବ ହେବ । ଏହା ଏବେ ବଜାରକୁ ଆସିବାକୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ଏହାସହ ମଧ୍ୟ ପଢନ୍ତୁ – ବ୍ୟାଙ୍କ୍ ଓ ଏଟିଏମ୍ ନଯାଇ ଜାଣିପାରିବେ ବ୍ୟାଙ୍କ୍ ବାଲାନ୍ସ ! ଜାଣନ୍ତୁ ଏହି ତରିକା