ନିଜ ପିଲାକୁ ବଂଚାଇବାକୁ ମହିଳା ହେଲେ ଭାଲୁର ଶିକାର : ଦେଖନ୍ତୁ ଜଣେ ସାହସୀ ମା’ର କାହାଣୀ

67

କୁହାଯାଏ ପିଲା ପାଇଁ ମା’ ହୃଦୟ ଖୁବ୍ ବଡ । ତାର ମୂଲ୍ୟ କେହି ବି ଦେଇପାରିବେ ନାହିଁ । ନିଜ ପିଲା ପାଇଁ ମା’ଟିଏ ନିଜ ଜୀବନ ବି ଦେବାକୁ ପଛାଏ ନାହିଁ । ଏମିତି ଏକ ଘଟଣା ଘଟିଛି ଛତିଶଗଡର କାଙ୍କେର ସହରରେ । ଦୂଧ୍ ନଦୀ କୂଳରେ ୯ ବର୍ଷର ଝିଅକୁ ବଂଚାଇବାକୁ ଯାଇ ଏକ ଭାଲୁ ସାମ୍ନାରେ ନିଜକୁ ସମର୍ପି ଦେଇଛନ୍ତି ଜଣେ ସାହସି ମା’ । ଭାଲୁ ତାଙ୍କ ଉପରେ ଯେତେବେଳେ ଆକ୍ରମଣ କରିବାକୁ ବାହାରିଲା , ସେ ପାଟି କରି ଚିଲେଇବାକୁ ଲାଗିଥିଲେ ।

ମହିଳାଙ୍କ ଚିତ୍କାରରେ ଭାଲୁଟି ପାଖରେ ଥିଲା ଏକ ଘରେ ପଶିଯାଇଥିଲା । ଘରେ ଥିବା ଅନ୍ୟ ଜଣେ ମହିଳାଙ୍କୁ ପୁଣି ଆକ୍ରମଣ କରିଥିଲା । ପାଟିଶୁଣି ଲୋକେ ଯେତେବେଳେ ଆସିଲେ ,ଭାଲୁଟି ପାହାଡ ଆଡକୁ ପଳାଇଥିଲା । ଦୁଇ ମହିଳା ସାମାନ୍ୟ କ୍ଷତାକ୍ତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଦିଆଯାଇଥିଲା ।

ସୂଚନା ଅନୁସାରେ , ଭଣ୍ଡାରୀପାରାର ୩୦ ବର୍ଷୀୟ ଅନିତା ଯାଦବ ଝିଅ ଗୈାରବୀ ସହ ଶୈାଚ ପାଇଁ ନଦୀ କୂଳକୁ ଯାଇଥିଲେ । ଏହି ସମୟରେ ଅନିତାଙ୍କ ନଜର ସାମ୍ନାରେ ଆସୁଥିବା ଭାଲୁ ଉପରେ ପଡିଥିଲା । ଭାଲୁଟି ଝିଅ ଗୈାରବୀ ଆଡକୁ ଆସୁଥିଲା । ଅନିତା ଝିଅକୁ ସାଥିରେ ଧରି ଦୈାଡିବାକୁ ଲାଗିଲେ । ଝିଅ ଗୈାରବୀ ଜୋରରେ ଦୈାଡିପାରୁନଥିଲା । ଏଣୁ ମା’ ଅନିତା କିଛି ଉପାୟ ନପାଇ ଝିଅକୁ ବଂଚାଇବା ପାଇଁ ଭାଲୁ ଆଗରେ ଶୋଇ ପଡିଥିଲେ ଏବଂ ପରେ ଜୋରରେ ପାଟିକରି ଚିତ୍କାର କରିଥିଲେ । ଭାଲୁଟି ମହିଳାଙ୍କୁ ଛାଡି ପାଖରେ ଥିବା ଏକ ଘରେ ପଶିଯାଇଥିଲା ।