ଏଫିଲ୍ ଟାୱାର ପୋଷାକରେ ମାରାଥନ ଦୈାଡ : ସୋସିଆଲ ମିଡିଆରେ ଭାଇରାଲ

27

3ମାରାଥନରେ ନିଜର ପରାକାଷ୍ଠା ଦେଖାଇବାରେ ଅନେକ ଆଥଲେଟ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । କିନ୍ତୁ ଏମିତି ଲୋକଥାନ୍ତି କିଛି ଭିନ୍ନ କରି ଚର୍ଚ୍ଚାକୁ ଆସିଥାନ୍ତି । ଏମିତି ଏକ ମାରାଥନ ମ୍ୟାନଙ୍କୁ ନେଇ ଏବେ ସୋସିଆଲରେ ଖୁବ୍ ଚର୍ଚ୍ଚା । ସେ ହେଲେ ପ୍ୟାରିସର ୭୦ ବର୍ଷିୟ ମାଇକେଲ ବେଚ୍ । ୨୦୧୬ରେ ,୩୭ତମ ଡୁବ୍ଲିନ ମାରାଥନରେ ଦୈାଡି ଏକ ଅଭିନବ ସଫଳତା ଅର୍ଜିଛନ୍ତି । ପାଲଟିଛନ୍ତି ଜଣେ ଲିଜେଣ୍ଡାରୀ ମାରାଥନ ରନର ।

2ମାଇକେଲ ବେଚ୍ ତିନି ମିଟରର ଏକ ଏଫିଲ୍ ଟାୱାର ପୋଷାକରେ ଦୈାଡିଛନ୍ତି ୪୨ କିଲୋମିଟର । ଗତ ରବିବାର ଦିନ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା । ଏହାର ଗ୍ରାଣ୍ଡ ପ୍ରାଇଜରେ ପାଖାପାଖି ୨୦ହଜାର ରନର ଅଂଶଗ୍ରହଣ କରିଥିଲେ । ସୂଚନାନୁସାରେ ଏହା ୟୁରୋପର ୪ର୍ଥ ବଡ ମାରାଥନର ଆଖ୍ୟା ପାଇଛି ।

ମାଇକେଲ ବେଚଙ୍କର ଏହି ଏଫିଲ୍ ଟାୱାର ପୋଷାକରେ ମାରାଥନ ଦୃଶ୍ୟକୁ ଦର୍ଶକମାନେ ଖୁସିରେ ସୋସିଆଲରେ ସେୟାର କରିଛନ୍ତି । ଆଉ ଏହି ଭିଡିଓ କ୍ଲିପ ଏବେ ଭାଇରାଲ ସାଜିଛି । ମାଇକେଲ ବେଚଙ୍କ କଣେ ବନ୍ଧୁଙ୍କ କହିବାନୁସାରେ , ବେଚଙ୍କୁ ୪୦ ବର୍ଷ ବୟସ ହେଲାବେଳକୁ ସେ ୨୦୦ ମାରାଥନ ଦୈାଡିସାରିଥିଲେ । ଯାହାକି ନ୍ୟୁୟର୍କ , ଚିକାଗୋ ,ପ୍ୟାରିସ୍ , ଲସ୍ ଏଂଜେଲ୍ସ ଓ ନେପାଳ ଆଦି ଦେଶରେ ମାରାଥନ ଦୈାଡିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –

 

ଏହାସହ ଦେଖନ୍ତୁ – ବିଶ୍ୱ ରେକର୍ଡ ନିଶାରେ ବିଶ୍ୱ ଭ୍ରମଣ : ୧୫ ମାସରେ ୧୮୦ଟି ଦେଶ ବୁଲିଲେ ଜଣେ ମହିଳା