କଣ୍ଢେଇ ସହ କଟୁଛି ଜୀବନ : ନିଃସଙ୍ଗତା ଦୂର ପାଇଁ ଏହି ବ୍ୟକ୍ତି କଣ୍ଢେଇକୁ କରିଛନ୍ତି ସାଥୀ

97

hipwee-lonely-man-looking-at-oceanପତି-ପତ୍ନୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଗଲେ ଜୀବନ ପାଲଟିଯାଏ ନିସ୍ୱ ଓ ନିଃସହାୟ । ଅନ୍ୟ ଜଣକ ପାଇଁ ବଂଚିବା କଷ୍ଟକର ହୋଇପଡେ । ହେଲେ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ ଖବର ପ୍ରକାଶିତ ହୋଇଛି, ଯିଏ ନିଜ ପତ୍ନୀଙ୍କ ବିୟୋଗ ପରେ ଦ୍ୱିତୀୟ ବିବାହ ନକରି ଡଲକୁ (କଣ୍ଢେଇ) କରିଛନ୍ତି ଜୀବନର ସାଥୀ । ଏକଥା ଗପ ପରି ଲାଗୁଥିଲେ ବି ପୂରା ସତ ।

dee7a72068edc630b45dca76d320b6f3ଚୀନରେ ରହୁଥିବା ୫୯ ବର୍ଷିୟ ଲି ଚେନ୍ ନାମକ ବ୍ୟକ୍ତି ଗୋଟିଏ କି ଦୁଇଟି ନୁହେଁ ଏକକାଳୀନ ସାତୋଟି ଡଲ୍ ସହ କଟାଉଛନ୍ତି ଦୈନିକ ଜୀବନ । ହସ ,କାନ୍ଦ ଓ ଲୁହର ସଂସାରରେ ସଂପର୍କ ଯୋଡିଛନ୍ତି କଣ୍ଢେଇ ସହ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ କଣ୍ଢେଇ କିଣିବା ଆରମ୍ଭ କରିଦେଇଥିଲେ । ସେ ସେହି କଣ୍ଢେଇ ସହ କଥା ହେବା ସହ ମିଶି ଖାଇଥାନ୍ତି ।

ପ୍ରକୃତରେ ପତ୍ନୀଙ୍କ ମୃତ୍ୟୁ ପରେ ଲି ଖୁବ୍ ଏକୁଟିଆ ଅନୁଭବ କରୁଥିଲେ ନିଜକୁ । କିଛି ମହିଳାଙ୍କ ସହ ସଂପର୍କ ରଖିବାକୁ ଚେଷ୍ଟା କରିଥିଲେ ବି ଏହା ବେଶୀ ଦିନ ତିଷ୍ଠି ପାରିନଥିଲା । ଲି କୈାଣସି ମଣିଷକୁ ଆଉ ବିଶ୍ୱାସ ନରଖି ,କଣ୍ଢେଇ ସହ ଜୀବନ ବିତେଇବାର ର୍ପୟାସ କଲେ । ଏହାପରେ ବିଭିନ୍ନ ପ୍ରକାରର କଣ୍ଢେଇ କିଣିବା ଆରମ୍ଭ କଲେ । ନିଜ ପୁଅକୁ ମଧ୍ୟ ଲି ଏକ କଣ୍ଢେଇ ଗିଫ୍ଟ କରଛନ୍ତି ।

ସୂଚନା ଅନୁସାରେ ଚୀନରେ ପୁରୁଷଙ୍କ ମଧ୍ୟରେ ସିଲିକନ୍ ଡଲ୍ସର କ୍ରେଜ ଅଧିକ । ଏଠାରେ ପୁରୁଷମାନେ ଡଲ୍ ବା କଣ୍ଢେଇ ସହ ରିଲେସନ ରଖିବାକୁ ଅଧିକ ପସନ୍ଦ କରିଥାନ୍ତି ।