ଏମିତି ବିସ୍ମୟ ପୁତ୍ର : ଦୁଇ ହାତ ନଥାଇ ବି ବୁଢୀ ମା’କୁ ନିତି ଖୁଆଉଛନ୍ତି ଖାଦ୍ୟ

67

08_02_2017-chen-xingyin-chongqingବେଳେବେଳେ ଆମର ଚାରିପାଖରେ ଏମିତି ସବୁ ଅଜଗ ଗଜବ ଘଟଣା ସବୁ ଘଟେ ଯାହା ଆମକୁ ବିସ୍ମୟ ମନେହୁଏ । କିନ୍ତୁ ଏସବୁ ବାସ୍ତବିକ ସତ । ଏମିତି ଏକ ଖବର ଏବେ ପ୍ରକାଶ ପାଇଛି । ଯାହା ଆପଣକୁ ତାଜୁବ୍ କରିବ । ମା-ପୁଅର ଗଭୀର ସ୍ନେହରେ ଆଖିରେ ଲୁହ ଆସିଯିବ ।

୪୮ବର୍ଷୀୟ ଚେନ୍ ଜିଙ୍ଗୟିନ ଚୋଙ୍ଗକିଙ୍ଗ୍ । ୬ ଜଣ ସଦସ୍ୟଙ୍କୁ ନେଇ ତାଙ୍କ ପରିବାର । ସେଥିରେ ସେ ହେଉଛନ୍ତି ସବୁଠାରୁ ସାନ । ଖୁବ୍ କମ୍ ବୟସରେ ଏକ ଇଲେକ୍ଟ୍ରିକ୍ ଦୁର୍ଘଟଣାରେ ସେ ହରେଇଥିଲେ ନିଜର ଦୁଇ ହାତ । ତଥାପି ସେ ଜୀବନ ସଂଗ୍ରାମରେ ହାରିଯାଇନାହାଁନ୍ତି । ସବୁ ଅସୁବିଧାକୁ ସହଜ ମଣି ସେ ନିଜ ପରିବାର ପାଇଁ କରୁଛନ୍ତି କ୍ଷେତ କାମ ସହ ରୋଷେଇ କାମ । ବିନା ହାତରେ ସେ ଏସବୁ କରିଥାନ୍ତି । ୯୧ ବର୍ଷୀୟ ମା ବ୍ରୋକାଇଟିସ୍ ରୋଗରେ ପୀଡିତ । ଯାହା ଦ୍ୱାରା ସେ ଶୋଇବା ଶେଯରୁ ଉଠିପାରୁନାହାଁନ୍ତି । ତେଣୁ ସେ ହାତ ନଥାଇ ବି ନିଜ ମା’ର ସବୁ ସେବା କରିଥାନ୍ତି । ଏହାସହ ନିଜର ବୁଢୀ ମା,କୁ ବି ନିତି ଖୁଆଇଦେଇଥାନ୍ତି ଖାଦ୍ୟ ।

ଶାରୀରିକ ଅପାରଗତାରେ ଅନେକ ଲୋକେ ଜୀବନରେ ହାର ମାନିଯାନ୍ତି । ଜୀବନ ସେଇଠି ଶେଷ ହୋଇଗଲା ବୋଲି ମନେ କରନ୍ତି । ହେଲେ ଏସବୁଠୁ ଏହି ଚେନ୍ ଚେନ୍ ଜିଙ୍ଗୟିନ ବ୍ୟତିକ୍ରମ ।

ଏହାସହ ମଧ୍ୟ ପଢନ୍ତୁ – ଆଶ୍ଚର୍ଯ୍ୟ ଘଟଣା : ୪୮ ବର୍ଷ ହେଲା ହାତଟେ ଚାପି ଧରିଛି ଏକ ଗଛକୁ !