ମଣିଷ ନା ପଥର ! ଜଳିଯାଉଥିଲେ ଯୁବକ, ଲୋକେ କରୁଥିଲେ ଭିଡିଓ ସୁଟ୍

30

ମହାରାଷ୍ଟ୍ର : ଏମିତି ଏକ ଘଟଣାକୁ ନେଇ ଏବେ ଚାରିଆଡେ ଆଲୋଚନା । ଯାହା ଏକ ଅମାନବିକତାର ପରିଚୟ ଦେଇଛି । ଜଣେ ଯୁବକ ରାସ୍ତା ଉପରେ ଜଳିଯାଉଥିଲେ । ଆଉ କିଛି ଲୋକେ ସେ ବାଟରେ ଠିଆ ହୋଇ ମୋବାଇଲରେ ଭିଡିଓ ସୁଟ୍ କରୁଥିଲେ । ଯୁବକଙ୍କୁ ରକ୍ଷା କରିବା ବଦଳରେ ଫଟୋ ଉଠାଇବାର ମଜା ନେଉଥିଲେ । ଏହା ଲଜ୍ଜା ନୁହେଁତ ଆଉ କଣ ।

ନବ ଭାରତ ଟାଇମ୍ସରେ ପ୍ରକାଶିତ ସୂଚନା ଅନୁସାରେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଘଟିଛି ଏହି ନିର୍ଦ୍ଦୟ ଘଟଣା । ବିଡ୍ ସଡକରେ ନିଆଁରେ ଜଳିଯାଉଥିବା ଜଣେ ବ୍ୟକ୍ତିଙ୍କୁ ବଂଚାଇବା ପରିନର୍ତ୍ତେ ନିଜ ନିଜର ଫୋନ ଓ କ୍ୟାମେରାରେ ଏହାର ଭିଡିଓ କରୁଥିଲେ । ତଥ୍ୟ ଅନୁସାରେ ବିଡ୍ ରାଜରାସ୍ତାରେ ୨ଟି ବାଇକ୍ ମଧ୍ୟରେ ଘଟିଥିଲା ଧକ୍କା । ଜଣେ ବାଇକ ଚାଳକ ଆଘାତ ହୋଇଥିବା ସହ ଅନ୍ୟ ଜଣେ ବାଇକ ତଳେ ପଡିଯାଇଥିଲେ ଏବଂ ପରେ ସେହି ବାଇକରେ ନିଆଁ ଲାଗିଯାଇଥିଲା । ପୁଲିସର ସୂଚନା ଅନୁସାରେ ଖୁବ୍ ଆଘାତ ଯୋଗୁଁ ଲୋକଟି କାହାକୁ ଡାକିପାରିନଥିଲା । ନିଆଁ ଝୁଲା ଭିତରେ ଫସି ଯାଇଥିଲା । ସବୁଠୁ ଦୁଃଖର କଥା ରାଜମାର୍ଗରେ ଯାଉଥିବା ବାଇକ ,କାରର କୈାଣସି ଲୋକ ରହି ତାଙ୍କର ସାହାଯ୍ୟ କରିନଥିଲେ  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –