୫ଶହ ଓ ହଜାର ଟଙ୍କିଆ ନୋଟ ବନ୍ଦକୁ ନେଇ ଝଟକା : ଟଙ୍କା ଚିନ୍ତାରେ ଚାଲିଗଲା ଜୀବନ

44

55ମଙ୍ଗଳବାର ମଧ୍ୟରାତ୍ରରେ ହଠାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଶହ ଓ ହଜାରେ ଟଙ୍କିଆ ନୋଟ ବନ୍ଦର ଘୋଷଣା ଜଲେ । ବିଦ୍ୟୁତ ବେଗରେ ଏହା ଦେଶ ସାରା ପ୍ରଚାରିତ ହୋଇଗଲା । ଲୋକମାନେ ଚିନ୍ତାରେ ପଡିଗଲେ । ଦେଶରେ କଳାଧନ ଓ ଜାଲି ନୋଟ କାରବାରକୁ ରୋକିବା ପାଇଁ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି ଲୋକଙ୍କୁ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ହେଲେ ଏହି ଟଙ୍କା ବନ୍ଦ ଯେ କାହାର ମୃତ୍ୟୁର କାରଣ ସାଜିବ ଏହା ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ ।

ଏମିତି ଏକ ଘଟଣା ଘଟିଛି ଫୈଜାବାଦରେ । ମଙ୍ଗଳବାର ଦିନ ଯେମିତି ଖବର ପ୍ରଚାରିତ ହୋଇଗଲା ଯେ ମଧ୍ୟରାତ୍ରିରୁ ୫ଶହ ଓ ହଜାରେ ଟଙ୍କିଆ ନୋଟ ବନ୍ଦ ହୋଇଯିବ ,ସେତେବେଳେ ଫୈଜାବାଦର ଏକ ବ୍ୟବସାୟୀଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଫୈଜାବଦର ଜଣେ ଡାକ୍ତର ଆନନ୍ଦ ଗୁପ୍ତାଙ୍କ କହିବାନୁସାରେ ମଙ୍ଗଳବାର ରାତିରେ ତାଙ୍କ ପାଖକୁ ଏକ ଫୋନ କଲ୍ ଆସିଥିଲା । ୫ଶହ ଓ ହଜାରେ ଟଙ୍କିଆ ନୋଟର ବନ୍ଦ ହେବା ଖବର ଶୁଣି ଜଣେ ଲୋକର ମାନସିକ ଓ ଶାରୀରିକ ଅବସ୍ଥା ବିଗିଡି ଯାଇଛି । ଅତ୍ୟନ୍ତ  ମୁଣ୍ଡ ବଥା ହେଉଛି । କିନ୍ତୁ ଯେତେବେଳେ ରୋଗୀ ଜଣକ ଡାକ୍ତରଙ୍କ ପାଖରେ ପହଁଚିବା ପୂର୍ବରୁ ରାସ୍ତାରେ ମୃତ୍ୟୁ ହୋଇଯାଇଛି । ସେହି ବ୍ୟକ୍ତ ଜଣକ ପାଖରେ ରଖିଥିବା ଏତେ ଟଙ୍କା କଣ ବେକାର ମୂଲ୍ୟହୀନ ହୋଇଯିବ , ଏହା ଭାବି ମାନସିକ ଭାରାକ୍ରାନ୍ତ ହୋଇଯାଇଥିଲେ ।

66ଡାକ୍ତର ଆନନ୍ଦଙ୍କ କହିବାନୁସାରେ ଗତ ମଙ୍ଗଳବାର ରାତିରେ ତାଙ୍କ ସହ ଅନ୍ୟ ଡାକ୍ତରଙ୍କ ପାଖକୁ ଅନେକ ଫୋନ ଆସିଥିଲା । ସବୁ ଫୋନରେ ଲୋକମାନେ ଖୁବ୍ ମାନସିକ ଆଘାତର ଶିକାର ବୋଲି କହୁଥିଲେ ।
ଏହାଛଡା ହୋଟେଲରେ ଥିବା ଲୋକମାନେ ମଧ୍ୟ ବିଲ୍ ପଇଠ କରିବା ପାଇଁ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇତିଲେ । ସେମାନଙ୍କ ପାଖରେ ସେତେବେଳେ କେବଳ ଥିଲା ୫ ଶହ ଓ ହଜାର ଟଙ୍କିଆ ନୋଟ୍ । ଯାହା ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପରେ ପାଲଟି ଯାଇଥିଲା ଅଚଳ କାଗଜ ଖଣ୍ଡ ।