ନାହିଁ ବଡ ଚାକିରି କି ବଡ ବ୍ୟବସାୟ : ଜୋତା ପଲିସ କରି ମାସକୁ କମାଉଛନ୍ତି ୧୮ ଲକ୍ଷ !

43

ଆମେରିକାର ମନହଣ୍ଟନ ସହରରେ ରହୁଥିବା ଡନ୍ ୱାଇ ନାମକ ଜଣେ ବ୍ୟକ୍ତିକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ସେ ଜୋତା ପଲିସ କରି ମାସକୁ ଆୟ କରୁଛନ୍ତି ୧୮ ଲକ୍ଷ ଟଙ୍କା । ନିଜ ଜୋତା ପଲିସ୍ କିଟ୍ ଧରି ରାସ୍ତା କଡରେ ଦୈନିକ ବସୁଥିବା ଏହି ବ୍ୟକ୍ତି ଜଣକ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ତାଙ୍କ ଜୋତା ସଫା ନଥିବା ସଂପର୍କରେ ଅବଗତ କରାନ୍ତି ଏବଂ ସେମାନଙ୍କ ଠାରୁ ଜୋତା ନେଇ ପଲିସ କରିଥାନ୍ତି ।

ନ୍ୟୁୟର୍କ ପୋଷ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ,ଆପଣ ମାଛ ଧରିବାକୁ ଯିବା ପୂର୍ବରୁ ମାଛକୁ ଚାରା ଦେଇଥାନ୍ତି । ଠିକ୍ ସେହିପରି ମୁଁ ରାସ୍ତାରେ ଯାଉଥିବା ଲୋକଙ୍କୁ ତାଙ୍କ ଖରାପ ଜୋତା ପିନ୍ଧାକୁ ଦେଖି ସମାଲୋଚନା କରିଥାଏ । ମୁଁ ସେମାନଙ୍କୁ ସଫା ଜୋତା ପିନ୍ଧିବା ପାଇଁ ପ୍ରେରିତ କରିଥାଏ ।ଏହିଭଳି ଭାବେ ମୁଁ ଦିନକୁ ଆୟ କରିଥାଏ ୯୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୬୦ହଜାର ଟଙ୍କା । ଡନ୍ ପ୍ରଥମରୁ ଏକ ଫଟୋ ଲାବରେ କାମ କରୁଥିଲେ । ହେଲେ ଏଥିରୁ ଭଲ । ଆୟ ନହେବାରୁ ଜଣେ ବନ୍ଧୁକୁ ଦେଖି ପେଶା ବଦଳାଇବାର ନିଷ୍ପତ୍ତି ନେଇଥିଲେ ।

ଏହାସହ ମଧ୍ୟ ପଢନ୍ତୁ- ଫିଲ୍ମ ଦେଖି ୧୩ ବର୍ଷୀୟା ଯୁବତୀ ହେଲେ ଗର୍ଭବତୀ : ଅଡୁଆରେ ସେନସର ବୋର୍ଡ