ସେଦିନ ଭାରତ-ପାକିସ୍ତାନ ହୋଇଥିଲା ବିଭାଜନ ! ବଳି ପଡିଥିଲା ଏକ ଅଧୁରା ପ୍ରେମ କାହାଣୀ

168

7ସମୟ ଥିଲା ଦେଶ ବିଭାଜନର । ଅଖଣ୍ଡ ଭାରତବର୍ଷ ବିଭାଜିତ ହୋଇଥିଲା ଦୁଇ ଭାଗରେ । ଏପଟେ ଭାରତୀୟମାନେ ଦୀର୍ଘଦିନରୁ ଇଂରେଜ ଠାରୁ ସ୍ୱାଧୀନତା ପାଇ ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ପାଲଟିଥିବା ବେଳେ , ସେପଟେ ଦେଶର ଆଉ ଏକ ଅଂଶ ପାଲଟିଯାଇଥିଲା ପାକିସ୍ତାନ । ଅଡି ବସିଥିଲା ନିଜର ଅଧିକାର । ଆଉ ଆରମ୍ଭ ହୋଇଥିଲା ଭାଗବାଣ୍ଟ । ଅନେକ ରହିଲେ ଭାରତରେ । ଆଉ ଅନେକ ଚାଲିଗଲେ ପାକିସ୍ତାନ । କୁହାଯାଏ ଭାରି ଦୁଃଖଦ ଥିବା ସେ ଦୃଶ୍ୟ ଓ ମୁହୂର୍ତ୍ତ । ଅନେକ ନିଜର ଆତ୍ମୀୟସ୍ୱଜନଙ୍କୁ ହରାଇ ବ୍ୟଥିତ ହୃଦୟର କୋହକୁ ସମ୍ବରଣ କରିପାରୁନଥିଲେ । ଆଉ ଏହାରି ଭିତରେ କୋହ ସମ୍ଭାଳି ପାରୁନଥିଲେ ପ୍ରେମୀ ଯୁଗଳ ।

2-ଜଣେ ମୁସଲିମ୍ ଝିଅ ଓ ଜଣେ ହିନ୍ଦୁ ପୁଅ ମଧ୍ୟରେ ଥିଲା ଏ ପ୍ରେମ । ୧୯୪୭ ମସିହା କଥା । ରାୱଲପିଣ୍ଡିର ପଠାନ ବଂଶର ଇସ୍ମତଙ୍କୁ ସେତେବେଳେ ହୋଇଥିଲା ୧୫ବର୍ଷ । ଆଉ ଅମୃତସରର ଲାଲାଜି ପରିବାରର ଜିତୁ ଥିଲେ ୧୭ ବର୍ଷର । ଦୁଇ ପରିବାର ଗତ ଛୁଟି କଟେଇବା ଅବସରରେ ଭେଟ ହୋଇଥିଲେ । ଆଉ ଏହି ସମୟରେ ଜିତୁ ଓ ଇସ୍ମତ ମଶ୍ୟରେ ବନ୍ଧୁତା ,ଭଲପାଇବାର ରୂପ ନେଇଥିଲା । ହେଲେ ଦେଶ ବିଭାଜନର ଝଡ ଏହି ସଂପର୍କକୁ ଧୂଳିସାତ୍ କରିବାକୁ ବସିଥିଲା । ଇସ୍ମତ ଜାଣିପାରିଥିଲେ ନିଜ ପ୍ରେମିକ ଜିତୁକୁ ପାଇବା ଏବେ କଠିନ ହୋଇପଡିବ । ପ୍ରେମରେ ହଜିଯାଇଥିବା ଇସ୍ମତ ଘରୁ ଲୁଚି ପଳାଇଯାଇଥିଲା । ହିନ୍ଦୁଙ୍କ ରିଫ୍ୟୁଜି କ୍ୟାମ୍ପରେ ପହଁଚିଥିଲା । ସେଠାରେ ଜଣେ ହିନ୍ଦୁ ଝିଅର ପରିଚୟ ଦେଇଥିଲା ଏବଂ କହିଥିଲା , ‘ମୁଁ ମୋ ବାପା-ମା’ଙ୍କ ଠାରୁ ଅଲଗା ହୋଇଯାଇଛି । ମୋତେ ଦୟାକରି ଭାରତ ପଠାଇପାରିବେ ? ’

3ବିଭାଜନ ପରେ ଦୁଇ ଦେଶର ହଜାର ହଜାର ମହିଳାଙ୍କ ଅପହରଣ ହୋଇଥିଲା ଏବଂ ଅନେକଙ୍କ ଅନିଚ୍ଛାରେ ସେମାନଙ୍କର ଧର୍ମ ବଦଳାଯାଇ ବିବାହ କରାଯାଇଥିଲା । ଏହା ଖୁବ୍ ବିରୋଧାଭାଷ ସୃଷ୍ଟି କଲା । ଏଥିପାଇଁ ଭାରତ-ପାକିସ୍ତାନ ସରକାର ହଜିଯାଇଥିବା ମହିଳାଙ୍କୁ ଖୋଜି ସେମାନଙ୍କର ପରିବାରକୁ ପଠାଇବା ପାଇଁ ‘ଅପରେସନ୍ ରିକଭରି’ ଆରମ୍ଭ କରିଥିଲେ । ସମାଜସେବୀ କମଲା ପଟେଲଙ୍କୁ ଭାରତ ଓ ପାକିସ୍ତାନର ରିଫ୍ୟୁଜି କ୍ୟାମ୍ପରେ ଏମିତି ମହିଳାଙ୍କୁ ଉଦ୍ଧାର କରିବା ପାଇଁ କ୍ୟାମ୍ପର ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା । ଇସ୍ମତ ତାଙ୍କ ପାଖକୁ ଆସିଲା । ଦେଶ ବିଭାଜନ ସମୟରେ ଏମିତି ଥିଲା ହିନ୍ଦୁ ,ମୁସଲମାନ ଓ ପଂଜାବୀ ସମସ୍ତଙ୍କର ବେଶଭୂଷାରେ ସେମିତି ସ୍ୱତନ୍ତ୍ରତା ନଥିଲା । ଏଣୁ ଇସ୍ମତର କଥାରେ ବିଶ୍ୱାସ କରି, ସେ ହିନ୍ଦୁ ବୋଲି ମାନିଥିଲେ । ଅନ୍ୟ ଶରଣାର୍ଥୀଙ୍କ ସହ ରାୱଲପିଣ୍ଡିରୁ ଅମୃତସର ପଠାଇଦେଲେ । ଅମୃତସରରେ ଇସ୍ମତ, ଜିତୁର ଘର ଠିକଣା ସଂଗ୍ରହ କରି ଖବର ଦେଲା । ଜିତୁ ତୁରନ୍ତ ଆସି ଇସ୍ମତକୁ ଦେଖାକଲେ । ଜିତୁର ମା-ବାପା ଏହି ପ୍ରେମୀ ଯୁଗଳ ନାବାଳିକ ହେବା ସତ୍ୱେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ବିବାହ କରାଇଥିଲେ । ହେଲେ ସୀମା ପାର ଏହି ପ୍ରେମ କାହାଣୀରେ ନେଇଥିଲା ନୂଆ ମୋଡ ।

4ଇସ୍ମତର ପରିବାର ଲୋକେ ତାଙ୍କ ଝିଅର ଅପହରଣ ହୋଇଛି ବୋଲି ପାକିସ୍ତାନ ସରକାର ଖୋଜିବାକୁ କହିଲେ । ହଜିଯାଇଥିବା ବା ଅପହରଣ ହୋଇଥିବା ମହିଳାଙ୍କୁ ଉଦ୍ଧାର ପାଇଁ ଦୁଇ ଦେଶର ସରକାର ବି ଲାଗିପଡିଥିଲେ । ଏଚ୍ଚୁ ଏ ସମୟରେ ଜିରୁ-ଇସ୍ମତ ପ୍ରେମ ସଙ୍କଟରେ ପଡିଗଲା । ପଛରେ ପଡିଗଲେ ଦୁଇ ଦେଶର ସରକାର । ଇସ୍ମତର ମିଛ ଧରାପଡିଗଲା । ସେ ପାକିସ୍ତାନକୁ ଫେରରି୍ିବାକୁ ସ୍ଥିର କରାଗଲା । ଚିନ୍ତାଗ୍ରସ୍ତ ଜିତୁ ରିଫ୍ୟୁଜି କ୍ୟାମ୍ପର ଇନଚାର୍ଜ କମଳା ପଟେଲଙ୍କ ପାଖକୁ ଗଲେ ଏବଂ ଅନୁନୟ ହୋଇ କହିଲେ , ‘ଏହା ଅପହରଣ ମାମଲା ନୁହେଁ । ସେ ଦୁହେଁ ପରସ୍ପରକୁ ଭଲ ପାଆନ୍ତି ଓ ପରସ୍ପରର ସୀକୃତିରେ ବିବାହ ହୋଇଛି । ଇସ୍ମତ ନିଜ ଇଚ୍ଛାରେ ମୋ ପାଖକୁ ଆସିଚି । ଆପଣ ମୋତେ ସାହାଯ୍ୟ କରନ୍ତୁ । ’

9ଜଣେ ନାବାଳିକା ଝିଅର ବାପା-ମା କେମିତି ଏହା ବୁଝିବେ ଯେ , ତାଙ୍କ ଝିଅର ଅପହରଣ ହୋଇନି ବୋଲି ? ଏହି ମାମଲାରେ ଦେଶର ଏହି ଅପରେସନ ପୁରା ବିଗିଡିଯାଇପାରେ । କମଲା ପଟେଲ୍ ଚାହୁଁନଥିଲେ ବଳପୂର୍ବକ ଇସ୍ମତ ବା କୈାଣସି ଝିଅକୁ ନିଜ ଦେଶକୁ ଫେରେଇବାକୁ । ଏହାକୁ ନେଇ ସେ ସମ୍ବିଧାନ ସଭା ଯାଏ ପହଁଚିଲେ । ଅନେକ ମହିଳା ଏହାକୁ ବିରୋଧ କଲେ । ପୁଲିସ ଠାରୁ ରକ୍ଷା ପାଇବା ପାଇଁ ଇସ୍ମତ-ଜିତୁ ଅମୃତସରରୁ ଲୁଚି କଲିକତା ଚାଲିଗଲେ । କମଲା ପଟେଲଙ୍କ ଟିମକୁ ଚାପ ବଢିଗଲା । ଶେଷରେ ଜିତୁ-ଇସ୍ମତକୁ ଫେରେଇ ଆଣିବାକୁ ଘୋଷଣା କରାଗଲା କି ପାକିସ୍ତାନ ସରକାର ଏ କେସ୍ କୁ ବନ୍ଦ କରିଦେଇଛନ୍ତି । ଏହାକୁ ସତ ମାନି ଇସ୍ମତ ଓ ଜିତୁ ଅମୃତସର ଫେରି ଆସିଲେ । ଗୋଟେ ସପ୍ତାହ ପାଇଁ ଲାହୋର ଯିବାକୁ କମଲା ପଟେଲ ଇସ୍ମତକୁ ବୁଝାଇ କହିଲେ ଏବଂ ସେ’ଠି ପୁଲିସ୍ କମିସନରଙ୍କ ପାଖରେ ରହି ମା-ବାପାଙ୍କ ଭେଟ ହୁଅ ଓ ନିଜର ଶେଷ ନିଷ୍ପତ୍ତି କୁହ ବୋଲି କମଲା କହିଲେ । ଜିତୁ , ଇସ୍ମତକୁ ଲାହୋରରେ ଛାଡି ଆସିଲେ । ଲାହୋର ଫେରିଗଲା ପରେ ଇସ୍ମତର ଫେରିବା ପଥକୁ ଚାହିଁ ଜିତୁ ଦିନ ଗଣିଲେ । କମଲା ପଟେଲ ବହୁତ ବୁଝାଇଲେ ଜିତୁକୁ । ଏବେ ହିଂସା ଥମିନାହିଁ ଟିକେ ରହିଯାଅ । କିନ୍ତୁ ଜିତୁ ଅବୁଝା ପାଲଟି ଯାଇଥିଲା  । ଇସ୍ମତକୁ ଦେଖିବାକୁ ପାଗଳ ହୋଇଗଲା  ।

6କାହାଣୀ ନେଲା ଭିନ୍ନ ମୋଡ । କମଲା ପଟେଲ ଜାଣିବାକୁ ପାଇଲେ ଯେ , ଜିତୁ ଲାହୋରରେ ପହଁଚିବାର ଚତୁର୍ଥ ଦିନରେ , ଇସ୍ମତର ମା-ବାପା ତାକୁ ଘରକୁ ନେଇଯାଇଛନ୍ତି । ସେ ତୁରନ୍ତ ଭେଟିବାକୁ ସେଠାରେ ପହଁଚିଲେ । ହେଲେ ବାତାବରଣ ସେଠାରେ କିଛି ଅଲଗା ଥିଲା । ଇସ୍ମତର ଆଚରଣ ଓ ଉଚ୍ଚାରଣରେ କିଛି ଭିନ୍ନତା ଥିଲା । ଆଙ୍ଗୁଠି ଦେଖେଇ କମଲା ପଟେଲଙ୍କୁ ଇସ୍ମତ କହିଲା , ମୁଁ ବାରମ୍ବାର କହିଲା ପରେ ବି ଏହି ମହିଳା ମୋତେ ପାକିସ୍ତାନ ଆସିବାକୁ ଦେଇନଥିଲେ । ଜିତୁର ନାଁ ଶୁଣି ସେ ରାଗରେ ନିଆଁ ବାଣ ହୋଇଗଲା । କହିଲା, ‘ ମୁଁ ତାର ମୁହଁ ଦେଖିବାକୁ ଚାହୁଁନି । ଇଚ୍ଛା ହେଉଛି ତାକୁ କାଟି ଟିକି ଟିକି କରି କୁକୁରକୁ ଦେଇଦିଅନ୍ତି ।’ ଜିତୁ ପାଖରେ ପହଁଚିଲା ଏ ଖବର । ସେ ତୁରନ୍ତ ଲାହୋରରେ ପହଁଚିଲା । ହେଲେ ଜିତୁ ସେଠାରେ ପହଁଚିଲା ପରେ ଇସ୍ମତର ମା-ବାପା ସେଠାରୁ ପଳାଇଥିଲେ । ଲାହୋର ଯିବାର ବିପଦ ଥିଲେ ବି ଜିତୁ ଇସ୍ମତକୁ ଖୋଜିବାକୁ ବହୁତ ଚେଷ୍ଟା କଲା । କମଲା ପଟେଲ ଜିତୁକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ । ହେଲେ ଜିତୁ ବୁଝିନଥିଲେ କିଛି ।

11କିଛି ଦିନ ଭିତରେ ସବୁ ଓଲଟପାଲଟ ହୋଇଗଲା । ଇସ୍ମତ ତା ମା-ବାପାଙ୍କୁ ପାଇ ସବୁ ଭୁଲିଗଲା । କୁଆଡେ ଲୁଚିଗଲା । ଦୁଃଖରେ ଭାଂଗି ପଡିଲା ଜିତୁ । ଶେଷରେ ଜିତୁ ଯକ୍ଷ୍ମା ରୋଗରେ ପୀଡିତ ହେଲେ । ବହୁତ ପଇସା ଖର୍ଚ୍ଚ ହେଲା । ୫ବର୍ଷ ପରେ ଯେତେବେଳେ ଶେଷଥର ପାଇଁ କମଲା ପଟେଲ ଜିତୁକୁ ଭେଟିଲେ , ସେ ବହୁତ ଦୃର୍ବଳ ହୋଇଯାଇଥିଲା । ଚେହେରା ଶୁଖିଯାଇଥିଲା ଓ ସେ ଏକଲା ଜୀବନ ବିତାଇଥିଲା । ଏହିଭଳି ଭାବେ ଦେସ ବିଭାଜନରେ ବିଭାଜିତ ହୋଇଯାଇଥିଲା ଏକ ନିବିଡ ପ୍ରେମ । (ସୈାଜନ୍ୟ- ବିବିସି)