୮୦ ହଜାରରେ ହୁଏ ମୂଲଚାଲ : ନିଜ ସ୍ତ୍ରୀକୁ ସ୍ୱାମୀ ବିବାହ ଦିଏ ଜଣେ ପରେ ଜଣେ ଯୁବକଙ୍କୁ

79

5ନାରୀଟିଏ ବିବାହ ପରେ ଭାବିଥାଏ କେତେ କଣ । ସ୍ୱାମୀକୁ ନେଇ ପିଲା ଛୁଆର ମା’ ହୋଇ ସୁଖର ସଂସାର କରିବାର ଅନେକ ସ୍ୱପ୍ନ ଦେଖିଥାଏ । ଅନେକ ଓଷା ଓ ବ୍ରତ କରିଥାଏ ନିଜ ପ୍ରିୟ ପୁରୁଷ ପାଇଁ । ହେଲେ ଯେତେବେଳେ ସେହି ସ୍ୱାମୀ ପାଲଟି ଯାଏ ପିଶାଚ । ସାମାନ୍ୟ କିଛି ଅର୍ଥ ପାଇଁ ନିଜ ସ୍ତ୍ରୀକୁ ପଣ୍ୟ ଦ୍ରବ୍ୟ ପରି ଅନ୍ୟ ପୁରୁଷଙ୍କୁ ବିକେ । ସେତେବେଳେ ସେ ସ୍ୱାମୀ ନୁହେଁ ଜଣେ ଦେହ ଦଲାଲ ପାଲଟି ଯାଏ । ହଟୁଡେ ରେ ପ୍ରକାଶିତ ଏମିତି ଏକ ଘଟଣା ଏବେ ଚର୍ଚ୍ଚାରେ ।

6ନଇ ଦୁନିଆର ରିପୋର୍ଟ ଅନୁସାରେ – ରାଜାପୁର ଜିଲ୍ଲାରେ ଜଣେ ବିବାହିତା ଅନୀତାକୁ ଯେତେବେଳେ ତା ଭାଇ ଘରକୁ ନେବାକୁ ଆସିଥିଲେ , ସେତେବେଳେ ସବୁ ସତ ଜଣାପଡିଥିଲା । ସେ ବ୍ୟକ୍ତି ଅନୀତା ନାମ୍ନୀ ସେହି ନବ ବଧୂର ଭାଇ ନଥିଲେ ,ଥିଲେ ସ୍ୱାମୀ । ପୁଲିସ ଦ୍ୱାରା ଧରା ପଡିବା ପରେ ସତ ସାମ୍ନାକୁ ଆସିଥିଲା

3ଫରିଦା ନାମ୍ନୀ ଜଣେ ଯୁବତୀ ସଲୀମ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ୨ଟି ପିଲା । ଜଣେ ୧୦ ବର୍ଷର ପୁଅ ଓ ଅନ୍ୟ ଜଣେ ୫ବର୍ଷର ଝିଅ । ସ୍ୱାମୀ ଥିଲେ ଡ୍ରାଇଭର । ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେଲା ପରେ ଫରୀଦା ନିଜ ବାପାଙ୍କ ଘରକୁ ଯାଇ ଭାଇ-ଭାଉଜଙ୍କ ସହ ରହିଲେ । ସେ ଜଣେ ପରିଚିତ ବ୍ୟକ୍ତି ଇନ୍ଦର ସଂପର୍କରେ ଆସିଲେ । ତାପରେ ଦୁହେଁ ବିବାହ କଲେ ।

ଫରୀଦାଙ୍କ କହିବାନୁସାରେ ସ୍ୱାମୀ ତାଙ୍କର ପରିଚୟ ଲୁଚାଇ କେତେବେଳେ ହିନ୍ଦୁ ତ କେତେବେଳେ ମୁସଲମାନ ବନାଇ ଫରିଦାଙ୍କୁ ଲୋକଙ୍କ ସହ ଅନୈତିକ କାମ କରିବାକୁ ବାଧ୍ୟ କରୁଥିଲେ । ଫରୀଦାରୁ ତାଙ୍କ ନାମ ଅନୀତା ନାଁରେ ପରିଚୟ ପତ୍ର କରିଦେଲେ । ତାପରେ ଏ ସହ ରୁ ସେ ସହର ଏମିତି ଜଣେ ପରେ ଜଣେ ଯୁବକଙ୍କୁ ତାଙ୍କୁ ବିବାହ କଲେ । ଆଉ ଏହା ବଦଳରେ ମୋଟା ଅଙ୍କର ଟଙ୍କା ଆଣିଲେ । ନିଜ ସ୍ୱାମୀ ଇନ୍ଦର ଏକ ଗ୍ୟାଙ୍ଗ କରି ଏମିତି କାମ ଚାଲୁ କଲେ । ପୁଣି ତାର ପନ୍ଦର ଦିନ ପରେ ଭାଇ ସାଜି ଆସି ଫରିଦାକୁ ନିଜ ଘରକୁ ନେଇଯାଇ ଫେରାର ହୋଇଯାଉଥିଲେ ।

ଏମିତି ଭାବେ ଫରୀଦା ଏବେ ସୁଦ୍ଧା ୫ ଜଣ ବ୍ୟକ୍ତି ସହ ବିବାହ କରିସାରିଛନ୍ତି । ଜଣେ ମୁସଲିମ ଓ ୪ଜଣ ହିନ୍ଦୁ ବ୍ୟକ୍ତି ଥିଲେ । ଫରିଦାରୁ ଅନୀତା ସଜାଇ କେମିତି ତାଙ୍କ ସ୍ୱାମୀ ତାଙ୍କୁ ଶୋଷଣ କରୁଥିଲେ । ପୁଲିସକୁ ଖୋଳତାଡ ପରେ ଫରିଦା ସବୁ ସତ କହିଥିଲେ ।

ଏହାସହ ମଧ୍ୟ ଦେଖନ୍ତୁ- ପ୍ରଥା ଆଳରେ ଝିଅଙ୍କୁ ବିକାଯାଏ ହାଟରେ : ୧୦ଟଙ୍କାରୁ ୧୦୦ଟଙ୍କା ଷ୍ଟାମ୍ପ ପେପରରେ ହୁଏ ମୂଲଚାଲ