ପୁଣେ : ସ୍ୱାମୀ-ସ୍ତ୍ରୀ ଭିତରର ବ୍ୟକ୍ତିଗତ କଥାକୁ ସୋସିଆଲ ମିଡିଆରେ ବନ୍ଧୁଙ୍କୁ ସେୟାର କରିବା ମହଙ୍ଗା ପଡିଛି ଜଣେ ମହିଳାଙ୍କୁ । ଜଣେ ସଫ୍ଟୱେର ଇଂଜିନିୟର ନିଜ ସ୍ତ୍ରୀଙ୍କୁ ଏଥିପାଇଁ ଗଳା ଚିପି ହତ୍ୟା କରିଛନ୍ତି । ଏବଂ ନିଜେ ଘରର ସିଲିଂ ଫ୍ୟାନରେ କରିଛନ୍ତି ଆତ୍ମହତ୍ୟା । ଏ ଅଭାବନୀୟ ଘଟଣା ପୁଣେ ଠାରୁ ୧୨କି.ମି ଦୂର ହଦପସର ଶିବପାର୍କ ଆପାର୍ଟମେଂଟରେ ଘଟିଛି ।

ନାସିକର ସତନା ତାଲୁକାରେ ରହୁଥିବା ୩୪ ବର୍ଷୀୟ ରାକେଶଙ୍କ ବିବାହ ୪ ବର୍ଷ ପୂର୍ବେ ୨୮ ବର୍ଷୀୟ ସୋନାଲୀଙ୍କ ସହ ହୋଇଥିଲା । ଦଂପତ୍ତିଙ୍କର କୈାଣସି ସନ୍ତାନ ନଥିଲେ । ଏମବିଏ ଓ ବିଏସସି ଗ୍ରାଜୁଏଟ ରାକେଶ ସ୍ୱରଗେଟର ଏକ ପ୍ରାଇଭେଟ କଂପାନୀରେ କାମ କରୁଥିଲେ । ଏକ ମାସ ପୂର୍ବରୁ ସେ ଏହି ଚାକିରୀରୁ ଇସ୍ତଫା ଦେଇଥିଲେ । ଏହାପରେ ସୁରତର ଏକ କଂପାନୀରେ ଭଲ ଚାକିରୀ ମିଳିଥିଲା । କମ୍ପୁଟରରେ ବିଇ କରିଥିବା ସୋନାଲୀ ଜଣେ ଗୃହିଣୀ ଥିଲେ ।

ପୁଲିସକୁ ମିଳିଥିବା ସୁଇସାଇଡ ନୋଟରେ , ରାକେଶ ଲେଖିଛନ୍ତି ଆତ୍ମହତ୍ୟାର ପ୍ରକୃତ କଥା । ବୈବାହିକ ଜୀବନର ବ୍ୟକ୍ତିଗତ କଥାକୁ ସ୍ତ୍ରୀ ସୋନାଲୀ ବନ୍ଧୁଙ୍କୁ ସୋସିଆଲ ସାଇଡରେ ସେୟାର କରିଥିଲେ । ଯାହାକୁ ନାପସନ୍ଦ କରିଥିଲେ ରାକେଶ । ଯାହାଫଳରେ ବିରକ୍ତ ହୋଇ ସ୍ତ୍ରୀର ଗଳା ଚିପି ହତ୍ୟା କରିଥିଲେ । ଏବଂ ନିଜେ ମଧ୍ୟ ଆତ୍ମହତ୍ୟାର ବାଟ ବାଛିନେଇଥିଲେ । ସ୍ୱାମୀ-ସ୍ତ୍ରୀ ଭିତରର ରାଗ ରୁଷା ଏତେ ଯେ କ୍ରୁର ହୋଇପାରେ , ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ଦେଖନ୍ତୁ ଏହି ଭିଡିଓ –