ସ୍ତ୍ରୀଙ୍କୁ ମନାଇବା ପାଇଁ ସ୍ୱାମୀଙ୍କ ଅଜବ ତରିକା : ଅସରପା ଭୟ ଦେଖାଇ ସ୍ତ୍ରୀ ସହ କରନ୍ତି ସମ୍ଭୋଗ

81

ଜଣେ ଅଜବ ସ୍ୱାମୀଙ୍କ ଗଜବ କାରନାମାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ବେଙ୍ଗାଲୁରୁର ଇନ୍ଦିରାନଗରରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ପୁଲିସରେ ଏତଲା ଦେଇଛନ୍ତି । ତାଙ୍କ ସ୍ୱାମୀ ଅସରପାର ଭୟ ଦେଖାଇ ତାଙ୍କ ସହ ଜବରଦସ୍ତ ରଖୁଛନ୍ତି ଯୌନ ସଂପର୍କ । ବେଙ୍ଗାଲୁରୁ ମିରରରେ ପ୍ରକାଶିତ ହୋଇଛି ଏମିତି ଏକ ଖବର ।

ମହିଳାଙ୍କ ସୂଚନା ଅନୁସାରେ ତାଙ୍କର ବୈବାହିକ ଜୀବନ ଠିକରେ ଚାଲୁନାହିଁ । ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ରହିଛି । ସେ କେବେ ବି ଏଥିରୁ ବଦଳୁନାହାଁନ୍ତି । ଏଥିପାଇଁ ସେ ନିଜ ସ୍ୱାମୀଙ୍କ ସହ ସଂପର୍କ ରଖିବାକୁ ଚାହୁଁନାହାଁନ୍ତି । କିନ୍ତୁ ତାଙ୍କ ସ୍ୱାମୀ କେତେବେଳେ ସେହି ମହିଳାଙ୍କ କପଡାରେ ତ କେତେବେଳେ ବେଡ୍ ଉପରେ ଅସରପା ଛାଡିଦେଇଥାନ୍ତି । ସ୍ତ୍ରୀର ଚିଲେଇବା ଶଦ୍ଦ ଶୁଣିବାକୁ ତାଙ୍କ ସ୍ୱାମୀଙ୍କୁ ଭଲଲାଗେ ବୋଲି ମହିଳା ଜଣକ କହିଛନ୍ତି ।

ସୂଚନା ଅନୁସାରେ ସ୍ୱାମୀଙ୍କ ନାଁ ଅବିନାଶ ଶର୍ମା । ଯିଏ ଏକ ଟେକ୍ କଂପାନୀରେ କାମ କରନ୍ତି । ପୀଡିତା ମହିଳାଙ୍କ ନାଁ ସୁଜାତା । ସେ ବି ଏକ ଟେକ୍ କଂପାନୀରେ କାମ କରନ୍ତି । ଏବେ ସେ ନିଜ କାମରୁ ବ୍ରେକ ନେଇଛନ୍ତି । ସୁଜାତା- ଅବିନାଶ କଲେଜ ବେଳରୁ ପରସ୍ପରକୁ ଜାଣିଥିଲେ । ଅବିନାଶ ପୂର୍ବରୁ ଜଣକୁ ବିବାହ କରିଥିଲେ । ତାଙ୍କ ସହ ସଂପର୍କ ଭାଂଗିଗଲା ପରେ ସୁଜାତାଙ୍କୁ ବିବାହ କରିଥିଲେ । ଯେତେବେଳେ ସୁଜାତା ଅବିନାଶଙ୍କର ଅନ୍ୟ ଝିଅଙ୍କ ସହ ସଂପର୍କ ଥିବା ଜାଣିଲେ ତାଙ୍କ ଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ । ସୁଜାତା-ଅବିନାଶଙ୍କ ବିବାହ ୧୦ ବର୍ଷ ହେଲା ହୋଇଛି । ଏବଂ ସେମାନଙ୍କର ୨ଟି ପିଲା ମଧ୍ୟ ଅଛନ୍ତି । ସୁଜାତା ସ୍ୱାମୀଙ୍କ ବିରୋଧରେ ପୁଲିସ ପାଖରେ ଏତଲା ଦେଇଛନ୍ତି ।