ମହଙ୍ଗା ପଡିଲା ପ୍ରେମ ସଂପର୍କ : ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ବ୍ଲାକମେଲ କଲେ ପ୍ରେମିକା

33

2ଅହମଦାବାଦ : ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି ତାଙ୍କ ପ୍ରେମ । ପ୍ରେମିକା ବ୍ଲାକମେଲ କରିବା ଆରମ୍ଭ କରିଦେଇଛନ୍ତି । ସେମାନେ ଦୁହେଁ ମିଶି ବିତେଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ସେହି ବ୍ୟକ୍ତିଙ୍କ ପରିବାରକୁ ଜଣାଇଦେବାର ଧମକ ଦେଇଛନ୍ତି । ଆଉ ଏହା ଯଦି ସେ ନକରିବେ ,ବଦଳରେ ଦାବି କରିଛନ୍ତି ୭ଲକ୍ଷ ଟଙ୍କା । ଏହାକୁ ନେଇ ଖୁବ୍ ଚିନ୍ତା ବଢିଯାଇଛି ସେହି ବୟସ୍କ ବ୍ୟକ୍ତିଙ୍କର । ଏହି ପ୍ରେମିକାର ଜାଲରୁ ମୁକୁଳିବା ପାଇଁ ପୁଲିସର ସାହାରା ନେଇଛନ୍ତି ଏହି ବ୍ୟକ୍ତି ।

କେମିତି ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ ?
ଘଟଲୋଡିଆ ନିବାସୀ ୭୦ ବର୍ଷୀୟ ଏହି ବ୍ୟକ୍ତି ବୃତ୍ତିରେ ଜଣେ ବ୍ୟବସାୟୀ । ସୋସିଆଲ ମିଡିଆରେ ଏହି ମହିଳାଙ୍କ ସହ ଆରମ୍ଭ ହୋଇଥିଲା ପରିଚୟ । ପରେ ବନ୍ଧୁତା ଓ ତାପରେ ପ୍ରେମ । ୧୫ ଦିନ ତଳେ ଏହି ବ୍ୟକ୍ତିଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା । ଏହାକୁ ପଠାଇଥିଲେ ସୋନିଆ ନାମରେ ଜଣେ ମହିଳା । ମେସେଜରେ ମହିଳା କହିଥିଲେ ଯେ ତାଙ୍କର ସ୍ୱାମୀ ଦୁବାଇରେ କାମ କରନ୍ତି । ସେ ଏବେ ଏକୁଟିଆ ରହୁଛନ୍ତି । ସେ ପ୍ରଥମେ ବନ୍ଧୁତା କରିବାକୁ ପ୍ରସ୍ତାବ ଦେଇଥିଲେ । ଧିରେ ଧିରେ ସଂପର୍କ ଦୃଢ ହେଲା ଦୁହିଁଙ୍କ ମଧ୍ୟରେ । ପରେ ଏହା ପ୍ରେମର ରୂପ ନେଇଥିଲା ।

ନିଜର ସ୍ତ୍ରୀ ,ପିଲାଙ୍କ ସହ ରହୁଥିବା ଏହି ବ୍ୟକ୍ତିଙ୍କ ଏସଜି ହାଇୱେ ସ୍ଥିତ ନ୍ୟୁୟର୍କ ଟାୱରରେ ଅଫିସ ଅଛି । ଏବେ ଏହି ପ୍ରେମିକା ଜଣକ ତାଙ୍କୁ ୭ ଲକ୍ଷ ଟଙ୍କା ଦେବାକୁ ଦାବି କରୁଚନ୍ତି । ନହେଲେ ସେମାନଙ୍କର ସଂପର୍କର ଅନ୍ତରଙ୍ଗ ବେଳର କିଛି ଫଟୋ ପରିବାର ଲୋକଙ୍କ ଦେଖାଇଦେବେ ବୋଲି କହିଛନ୍ତି । ପୁଲିସ ଏ ଘଟଣା ବିଷୟରେ ଅବଗତ ହେଲା ପରେ ପ୍ରେମିକାକୁ ଖୋଜିବା ଆରମ୍ଭ କରଛି ।