ଆରୁଷି ହତ୍ୟାକାଣ୍ଡ : ଜେଲରେ ତଲୱାର ଦଂପତିଙ୍କୁ ସାହାଯ୍ୟ କରିଥିଲେ ଆରୁଷି ଭଳି ଝିଅଟିଏ !

38

ବହୁ ଚର୍ଚ୍ଚିତ ଆରୁଷ ହତ୍ୟାକାଣ୍ଡ ଘଟଣା । ଯାହା ଥରାଇ ଦେଇଥିଲା ସାରା ଦୁନିଆର ଛାତିକୁ । ନିଜ ଝିଅ ଆରୁଷିର ହତ୍ୟାର ଆରୋପରେ ୪ବର୍ଷ ପରେ ଜେଲରୁ ବାହାରିବା ପରେ ତଲୱାର ଦଂପତି କହିଛନ୍ତି ନିଜ ହୃଦୟର କଥା । କେମିତି କଟିିଛି ଜେଲରେ ତାଙ୍କର ଦୈନିକ ଜୀବନ । କେମିତି ସେ ପ୍ରତି ମୁହୂର୍ତ୍ତକୁ ଜିଇଁଛନ୍ତି ଅବ୍ୟକ୍ତ ଭାବେ । ତଲୱାର ଦଂପତି କହିଛନ୍ତି ସେମାନଙ୍କ ପାଇଁ ପୁଣି ସମାଜକୁ ଫେରିବା ବଡ ମୁସ୍କିଲ୍ ଥିଲା । ଆଉ କିଛି ଭୟ ମଧ୍ୟ ଥିଲା ମନରେ । କିନ୍ତୁ ଲୋକଙ୍କ ନଜର ତାଙ୍କ ପ୍ରତି ଏବେ ବଦଳିଯାଇଛି ।

ତଲୱାର ଦଂପତିଙ୍କ ଅନୁସାରେ ଜେଲରୁ ଫେରିବା ପରେ ଲୋକେ ବହୁତ ସହାନୁଭୂତି ଦେଖାଇଛନ୍ତି ସେମାନଙ୍କୁ । ଏକ ସାକ୍ଷାତକାର ସମୟରେ ରାଜେଶ ତଲୱାର ଓ ନୁପୁର ତଲୱାର କହିଛନ୍ତି ନିକଟରେ ସେ ଦର୍ଶନ ପାଇଁ ସ୍ୱର୍ଣ୍ଣ ମନ୍ଦିର ଯାଇଥିଲେ । ସେଠାରେ ଖୁବ୍ ଭିଡ ଥିବା ସତ୍ୱେ ସେମାନଙ୍କୁ ଭିତରକୁ ଯିବାକୁ ଦିଆଯାଇଥିଲା । ଏବଂ ସେଠାରେ ଲୋକେ କହିଥିଲେ କିଛି ଭୁଲ ଥିଲା , ଯାହା ଏବେ ଠିକ୍ ହୋଇଯାଇଛିା

ଏହାସହ ରାଜେଶ ତଲୱାର ନିଜର ଜଣେ ବନ୍ଧୁଙ୍କ କଥା କହିଛନ୍ତି , ଯିଏ ତାଙ୍କୁ ଜେଲରେ ଭଲରେ କଟେଇବାକୁ ସାହାଯ୍ୟ କରିଥିଲେ । ଏହା ସହ ସେ କହିଥିଲେ ଏହି ନିରାଶା ଓ ଦୁଃଖ ସମୟରେ ବହୁତ ଲୋକ ତାଙ୍କର ସାହାଯ୍ୟ କରିଥିଲେ । ଲୋକଙ୍କ ସହ କଥା ହୋଇ ବୋଝ ହାଲକା ହୋଇଯାଉଥିଲା । ସେଠାରେ ୪ ବର୍ଷ ଡର ଓ ନିରାଶରେ ଭରି ରହିଥିଲା । କିନ୍ତୁ ଜେଲ ଭିତରେ ଲୋକେ ବହୁତ ଭଲ ସଂପର୍କ ରଖିଥିଲେ । ରାଜେଶ କହିଛନ୍ତି, ‘ଜେଲର ଲୋକ ବହୁତ ଭଲ ଥିଲେ । ଏବଂ ମୋ ସହ କଥା ହେବାକୁ ଆସୁଥିଲେ ।’ ନୁପୁର ତଲୱାରଙ୍କ ଅନୁସାରେ ଜେଲରେ ଜଣେ ଝିଅଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା ସେ ଆରୁଷି ଭଳି ଦେଖାଯାଉଥିଲେ । ନୁପୁର କହିଛନ୍ତି , ‘ ୪ବର୍ଷ ସେ କେବଳ ସେହି ଝିଅ ଯୋଗୁଁ ଜେଲରେ ରହିପାରିଥିଲେ । ଉଭୟ ଦଂପତି କହିଛନ୍ତି ଜେଲରେ ଏହି ୪ ବର୍ଷ ଏମିତି ସମସ୍ୟାପୂର୍ଣ୍ଣ ଥିଲା ଯାହାର ସାମ୍ନା କରିବା ଅସମ୍ଭବ ଥିଲା । କିନ୍ତୁ ଆମେ କରିପାରିଥିଲୁ ।

ଉଲ୍ଲେଖନୀୟ ଯେ, ନୋଏଡାର ଆରୁଷି –ହେମରାଜ ହତ୍ୟାକାଣ୍ଡ ମାମଲାରେ ଆଲ୍ଲାହାବାଦ ହାଇକୋର୍ଟରୁ ମୁକୁଳିବା ପରେ ତଲୱାର ଦଂପତି ୧୬ ଅକ୍ଟୋବର, ୨୦୧୭ରେ ଜେଲରୁ ବାହାରି ଥିଲେ । ଆରୁଷି ର ପିତା ଡାକ୍ତର ରାଜେଶ ତଲୱାର ଓ ମାଁ ଡାକ୍ତର ନୁପୁର ତଲୱାର ନଭେମ୍ବର ୨୦୧୩ରୁ ଗାଜିଆବାଦ ଡାସନା ଜେଲରେ ଥିଲେ । ଆରୁଷି ହତ୍ୟାକାଣ୍ଡରେ ବିଶେଷ ସିବିଆଇ କୋର୍ଟ ଦୁହିଁଙ୍କୁ ଜେଲଦଣ୍ଡ ଦେଇଥିଲେ ।                (ସୌଜନ୍ୟ- ନବଭାରତ ଟାଇମ୍ସ )