ଆକାଶରେ ଉଡୁଛି ଡ୍ରାଗନ : ଭିଡିଓ ହେଲା ଭାଇରାଲ୍

31

କାହାଣୀ ଓ କଥା ବସ୍ତୁ ଆଦିରେ ଡ୍ରାଗନ ବିଷୟରେ ଖୁବ୍ ଚର୍ଚ୍ଚା ହୁଏ । ଡ୍ରାଗନ ବି ଉଡେ ଏହା ଶୁଣିବାକୁ ମିଳେ । କିନ୍ତୁ ଏହି କଥା ସତ ହୋଇଛି ଚୀନରେ । ଏକ ପାହାଡିଆ ଇଲାକାରେ ଆକାଶରେ ଏକ ଡ୍ରାଗନ ଉଡୁଥିବାର ଭିଡିଓ ସାମ୍ନାକୁ ଆସିଛି । ଆଉ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ।

କିଛିଦିନ ତଳେ ୟୁଟ୍ୟୁବରେ ଏମିତି ଭିଡିଓ ଅପଲୋଡ ହୋଇଥିଲା । ଯେଉଁଥିରେ ଏକ ପାହାଡ ଉପରି ଭାଗରେ ଏକ ଡ୍ରାଗନ ଉଡୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଚୀନର-ଲାଓସର ସୀମା ପାଖରେ କଏଦ ହେବାର ସୂଚନା ମିଳିଛି । ମୋବାଇଲରେ ସୁଟ୍ ହୋଇଥିବା ଏହି ଦୃଶ୍ୟ ଏବେ ସୋସିଆଲରେ ଖୁବ୍ ଭାଇରାଲ ସାଜିଛି । ୟୁଟ୍ୟୁବରେ ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ଦେଖନ୍ତୁ ଏହି ଭିଡିଓ କ୍ଲିପ୍ –