ବାପ ନା ରାକ୍ଷସ : ଚାରି ବର୍ଷ ଧରି ନିଜ ଝିଅକୁ କରୁଥିଲା ବଳାତ୍କାର

131

11ବାପା ହୋଇ ବି ନିଜ ଜନ୍ମଜାତ ଝିଅର କଲା ସର୍ବନାଶ । ବାପାର କାମନାର ନିଆଁରେ ଜଳିଗଲା ଝିଅର ଯୈାବନ । ବାପାର ଅମାନୁଷିକ ଘୃଣ୍ୟ କାମରେ ନଷ୍ଟ ହୋଇ ଗଲା ଝିଅର ସୁନ୍ଦର ଭବିଷ୍ୟତ । ଏମିତି ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ । ଆଉ ଦ ଗାର୍ଡିୟାନ ନ୍ୟୁଜରେ ପ୍ରକାଶିତ ଏ ଖବର ତାଜୁବ୍ କରିଛି ସମସ୍ତଙ୍କୁ ।

ଜଣେ ୪୧ ବର୍ଷୀୟ ବାପକୁ କାର୍ଲିଫର୍ଣ୍ଣିଆର କୋର୍ଟ ଦେଇଛି ଏକ ଐତିହାସିକ ଦଣ୍ଡ । ୧୫୦୩ ବର୍ଷର ଜେଲ ଦଣ୍ଡ । ଆଉ ସେହି ବାପାର ଦୋଷ , ନିଜ ଝିଅକୁ କରିଛି ବଳାତ୍କାର । ସପ୍ତାହକୁ ତିନିଥର ଭାବେ ୪ ବର୍ଷ ଧରି ସେହି ବାପା କରିଚାଲିଥିଲା ଏମିତି ଘୃଣ୍ୟ କାଣ୍ଡ ନିଜ ଝିଅ ସହ । ଗତ ଶୁକ୍ରବାର ଦିନ ଫ୍ରେନ୍ସୋ ସୁପରିୟର କୋର୍ଟ ଏହି ରାକ୍ଷସ ବାପକୁ ଦେଇଛନ୍ତି ୧୫୦୩ ବର୍ଷର ଜେଲ ଦଣ୍ଡ ।

22୨୩ ବର୍ଷୀୟ ଏହି ଯୁବତୀ କଣକ ୨୦୦୯ ମେ ରୁ ୨୦୧୩ ମେ ଯାଏ ସପ୍ତାହକୁ ତିନିଥର ଲେଖାଏଁ ନିଜ ବାପା ଦ୍ୱାରା ନିର୍ଯ୍ୟାତିତ ହେଉଥିଲେ । ପୂର୍ବରୁ ଏହି ଲୋକ ୧୮୬ଟି ନାବାଳିକ ବଳାତ୍କାର କେସରେ ଜଡିତ ଥିଲେ । ଜଜଙ୍କ ଆଗରେ ନିଜ ବାପର ଅକୁହା କୋହର ଏ ବର୍ବରତାର କାହାଣୀ ବଖାଣିଥିଲେ ସେହି ଯୁବତୀ । ଯେତେବେଳେ ନିଜ ବାପର କାମନାର ନିଆଁରେ ଜଳୁଥିଲେ । ସେତେବେଳେ ସେ ଥିଲେ ନିରୂପାୟ । ଲଜ୍ଜା ଓ ଭୟକୁ ପାର୍ଥେୟ କରି ମୁହଁ ଖୋଲିପାରିନଥିଲେ ସେ ।

33ଆଉ ଦିନ ପରେ ଦିନ ଏମିତି ଚାରି ବର୍ଷ ଧରି ବାପାର ବଳତ୍କାରର ଶିକାର ହୋଇଥିଲେ ଏହି ଯୁବତୀ । ଶେଷରେ ଯେତେବେଳେ ବୟସ ବଢିଯାଇଥିଲା । ବାହାର ଦୁନିଆ ସହ ଯୋଡି ହେଲେ । ନିଜ ବାପର ଏଭଳି ପାପକୁ ଆଉ ନ ଲୁଚାଇ ପୁଲିସକୁ ଖୋଲିଥିଲେ ବାପର ପାପ ପେଡି ।