ହାତୀ ବି ଖାଉଛି ପାନ, ଦୋକାନ ଦେଖିଲେ ଅଟକି ଯାଉଛି ! ସୋସିଆଲ ମିଡ଼ିଆରେ ଭିଡ଼ିିଓ ଭାଇରାଲ୍

71

ଲୋକମାନେ ପାନ ଖାଉଥିବାର ଆପଣ ଦେଖିଥିବେ । ହେଲେ କେବେ ହାତୀଟିଏ ପାନ ଖାଇଥିବାର ଦେଖିନଥିବେ କି ଶୁଣି ବି ନଥିବେ । କିନ୍ତୁ ଏକ ହାତୀର ପାନ ଏତେ ପ୍ରିୟ ଯେ , ଏହା ଜାଣିଲେ ଆପଣ ବିଶ୍ୱାସ କରିପାରିବେନି । କିନ୍ତୁ ଏହା ସତ । ମଧ୍ୟ ପ୍ରଦେଶର ସାଗର ଅଂଚଳରେ ଥିବା ଏକ ହାତୀର ପାନ ଏତେ ସଉକ୍ ଯେ ପାନ ଦୋକାନ ଦେଖିଲେ ତା ପାଦ ଆପେ ଆପେ ଅଟକି ଯାଉଛି । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ସାଜିଛି । ହାତୀଟି କଡା ପାନ ନୁହେଁ , ମିଠା ପାନ ଖାଇବାକୁ ବେଶ୍ ପସନ୍ଦ କରୁଛି ।

ହାତୀର ଏହି ସଉକ୍ ସଂପର୍କରେ ଏହାର ମାହୁନ୍ତ କୁହନ୍ତି – ଯେ ଗତ ୧୪ବର୍ଷ ଧରି ପାନ ଖାଇବାର ଅଭ୍ୟାସରେ ପଡ଼ିଯାଇଛି ହାତୀ । ଯେଉଁଦିନ ସେ ପାନ ଖାଏ ନାହିଁ ସେହି ଦିନ ଉଦାସ ରହେ । ପ୍ରତିଦିନ ସେ ମାହୁନ୍ତ ସହ ଏକ ନିର୍ଦ୍ଦିଷ୍ଟ ଦୋକାନକୁ ପାନ ଖାଇବାକୁ ଯାଇଥାଏ । ଦୋକାନୀ ଜଣଙ୍କ ତାଙ୍କୁ ମିଠା ପାନଟିଏ ଖୁଆଇବା ପରେ ସେ ଫେରିଆସେ । ଏବେ ହାତୀର ଏହି ସଉକ୍ ଦେଖି ଅନେକ ଦୋକାନୀ ହାତୀକୁ ମିଠା ପାନ ଖୁଆଉଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –