ଶାରୀରିକ ଅକ୍ଷମ ହୋଇ ବି ସକ୍ଷମ : ବେକରେ ଦଉଡି ସାହାଯ୍ୟରେ ମିନି ଟ୍ରକକୁ ଟାଣିଲେ ଜଣେ ଦିବ୍ୟାଙ୍ଗ

35

କନକ ବ୍ୟୁରୋ : ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଶାରୀରିକ ଅକ୍ଷମ ହୋଇ ମଧ୍ୟ ତାଙ୍କ ଇଚ୍ଛାଶକ୍ତି ସମ୍ମୁଖରେ ସବୁ କିଛି ହାର୍ ମାନିଛି । ବେକରେ ଦଉଡି ସାହାଯ୍ୟରେ ମିନି ଟ୍ରକକୁ ଟାଣିଛନ୍ତି ଜଣେ ଦିବ୍ୟାଙ୍ଗ  । ସେ ହେଉଛି ଯାଜପୁର ଜିଲ୍ଲା ମଙ୍ଗଳପୁରର ସୁରେଶଚନ୍ଦ୍ର ଦାସ ।

ଆଜି ସକାଳେ ମଙ୍ଗଳପୁର ବଜାରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ୨୦୧୨ରେ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ସେ । ଏହାପରେ ୯ଥର ତାଙ୍କର ଅସ୍ତ୍ରୋପଚାର ହୋଇଛି । ହେଲେ ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ସାମ୍ନାରେ ସବୁକିଛି ହାର୍ ମାନିଛି । ୭୦ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ହୋଇଥିଲେ ବି ସେ ବେକରେ ଦଉଡି ସାହାଯ୍ୟରେ ଟ୍ରକକୁ ଟାଣିଛନ୍ତି । ତେବେ ଆଗକୁ ଏମିତି ବହ ଗାଡି ଟାଣିବା ସହ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –