ପାଠ ନପଢି ବି ସେ ଲେଖିଛନ୍ତି ୫ଟି ବହି : ଜଣେ ମୋଚିଙ୍କ ଅଦ୍ଭୁତ କୃତୀକୁ ନେଇ ଚର୍ଚ୍ଚା

36

କୁହାଯାଏ ଜୀବନରେ ପାଠପଢି କୈାଣସି ପଦପଦବୀ ହାସଲ କରିବା ମଣିଷ କୃତ କାମ ହୋଇଥାଏ । ହେଲେ କୈାଣସି କଳା ଓ ସୃଜନଶୀଳତାରେ ପାରଦର୍ଶିତା ହାସଲ କରିବା ହୋଇଥାଏ ଈଶ୍ୱରଦତ୍ତ ।

ଏମିତି ଏକ ଲୋକର ଈଶ୍ୱରଦତ୍ତ ସୃଜନଶୀଳତାକୁ ନେଇ ଚାରିଆଡେ ଚର୍ଚ୍ଚା । ସେ ହେଲେ ମୁନବର ଶକିଲ । ପାକିସ୍ତାନର ଫୈସଲାବାଦରେ ଏକ ଛୋଟ ଘରେ ରୁହନ୍ତି ସେ । ସେ ଖବର କାଗଜ ବାଂଟି ଓ ରାସ୍ତା କଡରେ ମୋଚି କାମ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ଭାଗ୍ୟ ତାଙ୍କୁ ଆଣିଦେଇଛି ଅନେକ ଯଶ ଓ ଖ୍ୟାତି । ୫ଟି ବହି ଲେଖି ସେ ସମସ୍ତଙ୍କ ପାଇଁ ଜଣେ ଆଦର୍ଶ ପାଲଟି ଯାଇଛନ୍ତି ।

ଶକିଲଙ୍କର ଏପରି ଅଦ୍ଭୁତ କାର୍ଯ୍ୟ ଓ କୃତୀରେ ସାରା ଦୁନିଆ ସଲାମ କରୁଛି । ସେ ଲେଖିଥିବା ୫ଟି ବହି ପାଇଁ ତାଙ୍କୁ ମିଳିଛି ପୁରସ୍କାର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୫ଟି ବହି ଲେଖିଥିବା ଏହି ଶକିଲ ଜମାରୁ ସ୍କୁଲ ଯାଇନାହାଁନ୍ତି । ପିଲାଦିନୁ ବାପାଙ୍କ ବୋଝ ତାଙ୍କ ଉପରେ ପଡିଥିଲା । କାମ କରି ପଇସା ରୋଜଗାର କରିବାରେ ସେ ଭୁଲିଯାଇଥିଲେ ପାଠପଢାକୁ । ହେଲେ ପଢିବାର ଇଚ୍ଛା ଛାଡି ନଥିଲେ ।

୧୩ ବର୍ଷ ବୟସରେ ନିଜର ପ୍ରଥମ କବିତା ଲେଖିଥିଲେ । ଆଉ ଏହାକୁ ଛାପିବା ପାଇଁ ନିଜର ପ୍ରତିଦିନର ଆୟରୁ ୧୦ଟଙ୍କା ଲେଖାଏ ସାଇତି ରଖୁଥିଲେ । ଏହିଭଳି ପ୍ରତିଦିନ ପଇସା ସଂଚୟ କରି ୨୦୦୪ରେ ନିଜର ପ୍ରଥମ ବହି ପ୍ରକାଶିତ କରିଥିଲେ । ପଂଜାବି ଭାଷାରେ ଲେଖାଯାଇଥିବା ଏହି କବିତାରେ ଖୁବ୍ ଦୁଃଖ ଓ ସଂଘର୍ଷର କଥା ଭରି ରହିଛି ।