୧ ଲିଟରରେ ୮୧କି.ମି ଚାଲିବ କାର୍ ! ଚର୍ଚ୍ଚାରେ ଏପରି ଏକ ଗାଡି

60

ଭଲ ମାଇଲେଜ ଦେଇଥିବା କାର୍ ଆପଣ ଅନେକ ଦେଖିଥିବେ । କିନ୍ତୁ ଏମିତି ଏକ କାର ଏବେ ନିର୍ମାଣ ହୋଇଛି ଯାହା ପ୍ରତି ଲିଟରରେ ଯିବ ୮୧ କିଲୋମିଟର । ଆଉ ଏହାକୁ ତିଆରି କରିଛନ୍ତି ଶାହବାଦ ଦୈାଲତପୁର ସ୍ଥିତ ଦିଲ୍ଲୀ ଟେକ୍ନୋଲଜିକଲ ବିଶ୍ୱବିଦ୍ୟାଳୟର ଛାତ୍ରମାନେ । ଏମିତି ଏକ କାର ଆଶ୍ଚର୍ଯ୍ୟ କରିଛି କାର ନିର୍ମାତା କଂପାନୀମାନଙ୍କୁ ।

ସଂସ୍ଥାନର ମେକାନିକଲ ବିଭାଗର ୨ୟ ଓ ୩ୟ ବର୍ଷର ୨୮ ଛାତ୍ର ମିଶି ଏହି କାରକୁ ତିଆରି କରିଛନ୍ତି । ଏହାର ପ୍ରଦର୍ଶନ ସିଙ୍ଗାପୁରରେ ଆୟୋଜିତ ସୁପର ମାଇଲ୍ସ ଇଭେଣ୍ଟରେ କରାଯାଇଛି । ଯେଉଁଥିରେ ୨୮ଜଣଙ୍କ ମଧ୍ୟରୁ ୭ଜଣ ଛାତ୍ର ଏହାର ପ୍ରତିନିଧିତ୍ୱ କରିଥିଲେ । ଏହି ଇଭେଣ୍ଟରେ ପାଖାପାଖି ୩୫ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ଭାରତର ୪ଟି ଟିମ୍ ଥିଲେ । ଇଭେଣ୍ଟରେ ଦିଲ୍ଲୀ ଟେକ୍ନୋଲଜିକଲ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ୧୫ତମ ରାଙ୍କ୍ ମିଳିଛି ।