ମୂଷାକୁ ମିଳିଛି ସଜା : ଗୋଦାମରୁ ଚାଉଳ ଚୋରି ଯୋଗୁଁ ଦିଆଯାଇଛି ଦଣ୍ଡ !

28

rat1ଚୀନ : ଏମିତି ଏକ ଖବର ଏବେ ଚର୍ଚ୍ଚାରେ । ଚୋରି କଲେ ଅପରାଧୀକୁ ଗିରଫ କରାଯାଏ । ହେଲେ ଦୋଷାରୋପ କରି ଏକ ଜୀବକୁ ଦଣ୍ଡ ଦିଆଯିବା ନେଇ ଖବର ଟିକେ ଅଡୁଆ ଲାଗିପାରେ । କିନ୍ତୁ ଏହା ସତ । ନବଭାରତ ଟାଇମ୍ସରେ ପ୍ରକାଶିତ ଏଭଳି ଏକ ଖବର ।

ଚୀନରେ ଏକ ମୂଷାକୁ ଚୋରି କେସରେ ମିଳିଛି ସଜା । ଚୋରି ଆଦି ଅପରାଧକୁ ନେଇ ଚୀନରେ ସାର୍ବଜନୀକ ସ୍ତରରେ ଖୁବ୍ କ୍ରୁର ବ୍ୟବହାର କରାଯାଇଥାଏ । ଆଉ ଏହି କ୍ରୁର ବ୍ୟବହାରର ଶିକାର ହୋଇଛି ଜଣେ ମୂଷା । ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମର ୱବୋରେ ପୋଷ୍ଟ କରାଯାଇଛି ଏମିତି କିଛି ଫଟୋ ।

ଏକ ମୂଷାର ଚାରି ଗୋଡକୁ ବନ୍ଧା ଯାଇଛି । ଏହାର ବେକରେ ଏକ ପୋଷ୍ଟର ଝୁଲାଯାଇଛି । ଏଥିରେ ଚୀନ ଭାଷାରେ ଲେଖାହୋଇଛି , ଏହି ମୂଷା ଚୋରି କରିଥିବା ଯୋଗୁଁ ଦୋଷୀ କରାଯାଇଛି । ଏକ ଦୋକାନରୁ ଚାଉଳ ଚୋରି କରୁଥିବାର ଧରାପଡିଛି । ଏଥିପାଇଁ ତାକୁ ବନ୍ଧାଯାଇ ସାର୍ବଜନୀନରେ ଅପମାନିତ କରାଯାଇଛି ।

ଏହାସହ ମଧ୍ୟ ପଢନ୍ତୁ – ଶିକ୍ଷୟିତ୍ରୀଙ୍କ ଅମାନବୀୟ କାଣ୍ଡ ! ସ୍କୁଲ୍ ଫିସ୍ ଦେଇ ନପାରିବାରୁ ଛାତ୍ରୀଙ୍କ ମୁଣ୍ଡରୁ ଓପାଡିଲେ ଚୁଟି