ପ୍ରେମରେ ଅନ୍ଧ ହୋଇଗଲା ଯୁବକ ! ପ୍ରେମିକା ପେଟରେ ଖଣ୍ଡା ଭୁଷି ଟାୱାରରୁ ଡେଇଁ କଲେ ଆତ୍ମହତ୍ୟା

45

ଛତିଶଗଡ : ତୁ ଯଦି ମୋର ନୁହେଁ , ତ ଆଉ କାହାର ହୋଇ ପାରିବୁ ନାହିଁ । ଏକ ତରଫା ପ୍ରେମ କରୁଥିବା ଜଣେ ଯୁବକ ଏହା କହି ଜଣେ ନାବାଳିକାର ପେଟରେ ଭୁଷି ଦେଇଥିଲେ ଖଣ୍ଡା । ନଇ ଦୁନିଆ ଡଟ୍ କମରେ ପ୍ରକାଶିତ ଏ ଖବର ଏବେ ଚର୍ଚ୍ଚାରେ । ଏକ ତରଫା ପ୍ରେମ ଯେ କେତେ ଭୟଙ୍କର ହୋଇପାରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ।

ଗତବୁଧବାର ବୈଜନପୁରର କୁଟକର୍ସି ଗ୍ରାମକୁ ନିଜ ଭଉଣୀ ଘରକୁ ଆସିଥିଲେ ୧୯ ବର୍ଷୀୟ କମଲ ସିଂ । ପୂର୍ବରୁ କମଲ ଏହି ଗ୍ରାମର ଜଣେ ନାବାଳିକାଙ୍କୁ ମନେ ମନେ ପ୍ରେମ କରୁଥିଲେ । ଏହାପରେ କମଲ ଉକ୍ତ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ଯୁବତୀ ଜଣକ ଚିତ୍କାର କରିବାରୁ ପାଖରେ ଥିବା ଏକ ଖଣ୍ଡାରେ ଭୁଷି ଦେଇଥିଲେ । ପାଖ ପଡୋଶୀ ଏହା ଦେଖି ଯୁବତୀଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲା ବେଳେ କମଲ ପାଖରେ ଥିବା ବିଏସଏନଏଲ୍ ଟାୱାର ଉପରେ ଚଢିଯାଇଥିଲେ । ଆଖପାଖ ଗ୍ରାମର ଶତାଧିକ ଲୋକଙ୍କ ଉପସ୍ଥିତିରେ ଟାୱାର ଉପରୁ ଡେଇଁପଡିଥିଲେ ତଳକୁ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ଆହତ ନାବାଳିକାର ସ୍ୱାସ୍ଥାବସ୍ଥାରେ ସୁଧାର ଆସିବାର ଖବର ମିଳିଛି ।

ଏହାସହ ମଧ୍ୟ ପଢନ୍ତୁ – ପ୍ରେମ ପାଇଁ ତୁଚ୍ଛ ହେଲା ରାଜକୀୟ ପଦମର୍ଯ୍ୟାଦା ! ନିଜ ପ୍ରେମିକଙ୍କୁ ବିବାହ କରିବେ ଜାପାନ ରାଜକୁମାରୀ