କନ୍ୟା ସନ୍ତାନ ଜନ୍ମ ହେବାରୁ ବ୍ୟାଙ୍କ ମ୍ୟାନେଂଜରଙ୍କ ଅଜବ କାଣ୍ଡ : ସ୍ତ୍ରୀ ଓ ଶିଶୁକୁ ଘରୁ ଦେଲେ ତଡି

43

5କନ୍ୟା ସନ୍ତାନର ସୁରକ୍ଷା ପାଇଁ ଦେଶରେ “ବେଟି ବଚାଓ ,ବେଟି ପଢାଓ ” ର କାର୍ଯ୍ୟକ୍ରମ ଖୁବ୍ ଜୋରସୋରରେ ଚାଲିଛି । ଆଉ ଏହାରି ଭିତରେ ଜଣେ ମହିଳାଙ୍କୁ ତାଙ୍କର ସ୍ୱାମୀ ଘରୁ ବାହାର କରିଦେଇଛନ୍ତି । ତାଙ୍କର ଦୋଷ ହେଲା ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏମିତି ଘଟଣା ଘଟିଛି ଜୟପୁରର ଦୁର୍ଗାପୁରାରେ । ଏଠାରେ ରହୁଥିବା ଜଣେ ମହିଳା ୧୨ ସେପ୍ଟେମ୍ବରରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏଥିରେ ବିରକ୍ତ ହୋଇ ସେହି ମହିଳାଙ୍କ ସ୍ୱାମୀ ତାଙ୍କୁ ଓ ନିଜ ଜନ୍ମିତ ଶିଶୁକୁ ଘରୁ ବାହାର କରିଦେଇଛନ୍ତି ।

ମହିଳା ଜଣକ ଆଉ କୁଆଡେ ନଯାଇ ସ୍ୱାମୀଙ୍କ ଘର ସାମ୍ନାରେ ବସି ନିଜର ଅଧିକାର ଜାହିର କରିଥିଲେ । ପୁଲିସକୁ ଏହି ଖବର ଗଲାପରେ ସଂପୃକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଛି । ପୁଲିସର ଅନେକ ଚେଷ୍ଟା ପରେ ବି ଶୈଳେଶ ନାମ୍ନୀ ସେହି ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀ ଓ ପିଲାକୁ ଗ୍ରହଣ କରିବାକୁ ନାରାଜ ।

ପେଶାରେ ଜଣେ ବ୍ୟାଙ୍କ ମ୍ୟାନେଜର ଥିବା ଶୈଳେଶ ,ଗତ ବର୍ଷ ଡିସେମ୍ବରରେ  ସପନା ନାମ୍ନୀ ସେହି ମହିଳାଙ୍କ ସହ ବିବାହ କରିଥିଲେ । ଜୁନରେ ଯେତେବେଳେ ସପନା ଗର୍ଭବତୀ ଥିବାର ଜାଣିଲେ ସ୍ତ୍ରୀକୁ ନିଜ ବାପ ଘରକୁ ପଠାଇଦେଇଥିଲେ । ଡେଲିଭରି ପରେ ସପନା ନିଜ ଶାଶୁଘର ଜୟପୁରକୁ ଫେରିଥିଲେ । ଯେତେବେଳେ ସ୍ୱାମୀ ଜାଣିଲେ କନ୍ୟା ସନ୍ତାନ ଜନ୍ମ ହୋଇଛି , ସପନାକୁ ଘରୁ ତଡି ଦେଲେ । ପଡୋଶୀ ଯେତେ ବୁଝାସୁଝା କଲେ ବି ସ୍ୱାମୀ ଓ ଶାଶୁଘର ଲୋକେ କହି ବି ଶୁଣିଲେ ନାହିଁ । ଏ ଘଟଣା ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇ ଖୁବ୍ ଚର୍ଚ୍ଚିତ ହୋଇଛି ।

ଏହାସହ ଦେଖନ୍ତୁ –ଅଦ୍ଭୂତ ଆଶ୍ଚର୍ଯ୍ୟ : ମା’ ଗର୍ଭରୁ ଦୁଇଥର ଜନ୍ମ ନେଲା ଶିଶୁ