ଆଶ୍ଚର୍ଯ୍ୟ ଘଟଣା : ୪୮ ବର୍ଷ ହେଲା ହାତଟେ ଚାପି ଧରିଛି ଏକ ଗଛକୁ !

45

ଏବେ ଚର୍ଚ୍ଚାରେ ଏକ ହାତ । ନୂଆ ଦିଲ୍ଲୀ ଦଲ୍ଲାସରେ ଏକ ଗଛକୁ ଚାପି ଧରିଛି ଏକ ଧାତୁରେ ତିଆରି କୃତିମ ହାତ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ୪୮ ବର୍ଷ ହେଲା ସେମିତି ଧରିଛି ଗଛକୁ । ୧୯୬୮ରେ ଏହି ଗଛଟି ଏକ ଛୋଟ ଗଛ ଥିଲା । ଗଛଟି ବଢି ଏବେ ବଡ ଗଛରେ ପରିଣତ ହୋଇଛି । ହେଲେ ସେହିଦିନ ଠାରୁ ସେମିତି ଏହି ହାତଟି ଗଛଟିକୁ ଚାପି  ଧରିଛି ।

ଗ୍ୟୁସିପାଇ ନାମକ ଜଣେ ଆର୍ଟିଷ୍ଟ ୧୯୬୮ରେ ହାତଟିକୁ ଏହି ଗଛରେ ଲଗାଇଥିଲେ । ସେ ଦେଖିବାକୁ ଚାହିଁଥିଲେ ଗଛଟି ବଢିବା ସହ ଏହି କୃତିମ ହାତ ଉପରେ କଣ ପ୍ରଭାବ ପଡୁଛି । ହେଲେ ଆଜି ୪୮ ବର୍ଷ ପରେ ବି ସେମିତି ହାତଟି ଧରି ରଖିଛି ଗଛକୁ । ଆର୍ଟିଷ୍ଟ ଗ୍ୟୁସିପାଇ ନିଜ ହାତର ମାପରେ କାଂସ୍ୟ ଧାତୁରେ ତିଆରି କରିଥିଲେ ଏହି ହାତକୁ ଏବଂ ତାପରେ ଏହି ଗଛରେ ଯୋଡି ଦେଇଥିଲେ । ଆଉ ଏବେ ଏହି ହାତ ଖୁବ୍ ଚର୍ଚ୍ଚାରେ ।