ସାପ ସାଜିଛି ଜୀବନ ସାଥି : ଦେଖନ୍ତୁ ଜଣେ ଅଜବ ସ୍ୱାମୀଙ୍କ କାହାଣୀ

136

5କୁହାଯାଏ ପ୍ରେମର ଅଦ୍ଭୂତ ଶକ୍ତି । ପ୍ରେମ ପଙ୍ଗୁକୁ ବି ଗିରି ଲଂଘିବାକୁ ସାହସ ଦେଇଥାଏ । ଥରେ ପ୍ରେମ ନିଶା ମୁଣ୍ଡରେ ଚଢିଗଲେ ମଣିଷ ଏକ ନୂଆ ରାଜ୍ୟରେ ବିଚରଣ କରେ । ସୁଖ ଦୁଃଖ ,ଭଲ ମନ୍ଦ କିଛି ବି ଫରକ ପଡେନି । ସବୁ ସମାନ । ଏମିତି ଏକ ପ୍ରେମ କାହାଣୀ ଆପଣଳୁ ଜଣାଉଛୁ । ଯାହା ଅବିଶ୍ୱାସ ଲାଗିପାରେ । କିନ୍ତୁ ଏହା ସତ । ଇନେଷ୍ଟଲାଇଭ ନ୍ୟୁଜରେ ପ୍ରକାଶିତ ହୋଇଛି ଏଭଳି ଏକ ଆଶ୍ଚର୍ଯ୍ୟକର ଖବର ।

6ସାଉଥ-ଇଷ୍ଟ ଏସିଆର ଏ ଘଟଣା । ଜଣେ ଯୁବକ ଏକ ୯ ଫୁଟର ନାଗ ସାପକୁ ନିଜ ଗର୍ଲଫ୍ରେଣ୍ଡ ଭାବି କରିଛନ୍ତି ବିବାହ । ବନେଇଛନ୍ତି ସାପକୁ ନିଜର ସାତ ଜନମର ସାଥୀ । ୫ ବର୍ଷ ତଳେ ନିଜର ଗର୍ଲଫ୍ରେଣ୍ଡକୁ ହରାଇ ଖୁବ୍ ମର୍ମାହତ ହୋଇଥିଲେ ଏହି ଯୁବକ । ମନେ ମନେ ଝୁରୁଥିଲେ ନିଜ ସାଥିକୁ । ବୈାଦ୍ଧ ଧର୍ମରେ ବିଶ୍ୱାସ ଅଛି ମଣିଷ ମରିଗଲା ପରେ ପଶୁପକ୍ଷୀ ରୂପରେ  ଜନ୍ମ ହୋଇଥାଏ । ଏହାକୁ ମାନି ବୈାଦ୍ଧ ଧର୍ମରେ ବିଶ୍ୱାସ ରଖିଥିବା ଏହି ଯୁବକ ୯ଫୁଟର ନାଗସାପକୁ ନିଜର ସେହି ପ୍ରେମିକା ଭାବି କରିଥିଲେ ନିଜର ।

4ଏବେ ଦୁହେଁ ବିତାଉଛନ୍ତି ପତିପତ୍ନୀର ଜୀବନ । ସତେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ ଗଢା ହୋଇଛନ୍ତି । ସାଥୀ ହୋଇ ଦେଖୁଛନ୍ତି ଟିଭି । ପାର୍କ ଯିବା ,ଜିମ୍ ଯିବା । ସବୁ କାମ ସେହି ସାପ ସହ କରୁଛନ୍ତି ଏହି ଯୁବକ ।  ଯୁଆଡେ ଯାଉଛନ୍ତି ସାଥିରେ ନେଇଯାଉଛନ୍ତି ଏହି ସାପକୁ । ସ୍ୱାମୀସ୍ତ୍ରୀର ଅପୂର୍ବ ବନ୍ଧନକୁ ଦୁହେଁ ସାଉଁଟୁଛନ୍ତି ମିଶି । ସାଥି ହୋଇ ମଧ୍ୟ ଶୋଇବା ଓ ନାଚ ଗୀତ କରିବା ସବୁ ସାପ ସହ କରୁଛନ୍ତି ଏହି ଯୁବକ ।

ଥାଇଲ୍ୟାଣ୍ଡର କଂଚନାବୁରୀର ଜଣେ ବ୍ୟକ୍ତି ବାରାନ ସାରାସଲୀନ ଏହି ଯୁବକଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହା ଖୁବ୍ ଭାଇରାଲ ସାଜିଛି ଏବେ ଏବଂ ସତ ପ୍ରେମ ବୋଧେ ଏମିତି ସତ ହୁଏ ବୋଲି ଶୁଣିବାକୁ ମିଳୁଛି ।

ଏହାସହ ମଧ୍ୟ ଦେଖନ୍ତୁ –ପ୍ରେମିକା ସାଜିଲା ସାପ : ହତ୍ୟା ସନ୍ଦେହରେ ଜେଲ୍ ଗଲେ ଯୁବକ