ନିଜ ଜେଜେଙ୍କୁ ବିବାହ କରିଥିଲେ ଯୁବତୀ ! ବିବାହର ୩ମାସ ପରେ ଜାଣିଲେ ଏ କଥା

104

woman-and-grand-father-istock_650x400_41475484851ଦୁନିଆରେ ଏବେ ନିତିଦିନ ଅଜବ ଗଜବ ଘଟଣା ସବୁ ଘଟୁଛି । ସେଥିରୁ ଏ ଖବର ଗୋଟିଏ । ଦୈନିକ ଜାଗରଣରେ ଏମିତି ଏକ ଖବର ଏବେ ପ୍ରକାଶିତ ହୋଇଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହେଲେ ଏହା ସତ । ଜଣେ ଯୁବତୀ ଅଜାଣତରେ ବିବାହ କରିଥିଲେ ନିଜ ଜେଜେଙ୍କୁ ।

1475486258-6214ପ୍ରକାଶିତ ତଥ୍ୟ ଅନୁସାରେ ଏ ଘଟଣା ଆମେରିକାର ଫ୍ଲୋରିଡାରେ ଘଟିଛି । ୨୪ ବର୍ଷୀୟ ଜଣେ ଯୁବତୀ ବିବାହ କରିଥିଲେ ୬୮ ବର୍ଷୀୟ ଜଣେ ଧନୀ ବ୍ୟକ୍ତିଙ୍କୁ । ବିବାହ ପରେ ଖୁବ୍ ଭଲରେ କଟିଥିଲା ସେମାନଙ୍କ ବୈବାହିକ ଜୀବନ । ବିବାହର ୩ମାସ ବିତିଯାଇଥିଲା । ଦିନେ ଯୁବତୀ ଜଣକ ନିଜ ସ୍ୱାମୀଙ୍କ ପୁରୁଣା ଫଟୋ ଆଲବମକୁ ଦେଖୁଥିଲେ । ସେଥିରେ ସେ ନିଜ ସ୍ୱାମୀଙ୍କ ପ୍ରଥମ ପତ୍ନୀ ଓ ତାଙ୍କ ପିଲାଙ୍କ ଫଟୋ ବି ଥିଲା । ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଯୁବତୀଙ୍କ ବାପାଙ୍କ ଫଟୋ ସାମିଲ ଥିଲା । ବୁଝିବାରୁ ଜାଣିବାକୁ ପାଇଲେ ତାଙ୍କ ବାପା ଏ ବ୍ୟକ୍ତିଙ୍କର ପ୍ରଥମ ସ୍ତ୍ରୀର ପୁଅ । ସେ ହିସାବରେ ଯୁବତୀଙ୍କର ସ୍ୱାମୀ ହୋଇଥିବା ଏ ବ୍ୟକ୍ତି ତାଙ୍କର ଜେଜେ ହେବେ ।

ଏହି ସତ ଜାଣିବା ପରେ ବି ଯୁବତୀ ଜଣକ ନିଜର ଏହି ସ୍ୱାମୀଙ୍କ ସହ ରହିବାକୁ ଚାହିଁଛନ୍ତି । ୬୮ ବର୍ଷୀୟ ଏହି ବୟସ୍କ ଧନୀ ବ୍ୟକ୍ତିଙ୍କ କହିବାନୁସାରେ ତାଙ୍କର ପ୍ରଥମ ପତ୍ନୀ ତାଙ୍କୁ ଛାଡି ଚାଲିଗଲା ପରେ ସେ ଦ୍ୱିତୀୟ ବିବାହ କରିଥିଲେ । ଏହା ବି ବେଶି ଦିନ ତିଷ୍ଠି ନଥିଲା । ତାଙ୍କୁ ଛାତ୍ର ପତ୍ର ଦେଲାପରେ ସେ ଏକାକୀ ଜୀବନ ବିତାଉଥିଲେ । ଲକ୍ଷ ଲକ୍ଷ ଟଙ୍କାର ଲଟେରୀ ତାଙ୍କ ଜୀବନର ଦିଗ ବଦଳେଇ ଦେଲା । ଏକ ଡେଟିଂ ଏଜେନ୍ସି ଜରିଆରେ ସେ ଏହି ଯୁବତୀଙ୍କୁ ଭେଟି ବିବାହ କରିଥିଲେ ।

ଏହାସହ ମଧ୍ୟ ପଢନ୍ତୁ – ୧୩ ବର୍ଷୀୟ ନାବାଳକର ଅଦ୍ଭୁତ କାଣ୍ଡ : ପର୍ଣ୍ଣ ଭିଡିଓ ଦେଖି ୭ଜଣ ପିଲାଙ୍କୁ କଲା ଯୌନ ଶୋଷଣ !