ଜଣେ ୧୪ ବର୍ଷୀୟ ଝିଅର ଉଦ୍ୟମକୁ ପ୍ରଶଂସା : ଗାଁକୁ ପରିଚୟ ଦେଲେ ନୂଆଁ ନାଁରେ

24

ହରିୟାଣା : ଦୃଢ ଇଚ୍ଛା ଶକ୍ତି ଓ ଉଦମ୍ୟ ଦ୍ୱାରା ସବୁକିଛି ଯେ ସମ୍ଭବ । ଏହା କରିଦେଖେଇଛନ୍ତି ଜଣେ ୧୪ ବର୍ଷୀୟ ଯୁବତୀ । ନାଁ ହରପ୍ରୀତି କୈାର । ତାଙ୍କ ମାଉସୀ ପୁଅ ସବୁବେଳେ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଗାଁର ନାଁ ନେଇ ଚିଡାଉଥିଲେ । ଯାହା ହରପ୍ରୀତିଙ୍କୁ ଗାଁ ପାଇଁ କିଛି କରିବାକୁ ପ୍ରବର୍ତ୍ତେଇଥିଲା । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିଜ ଗାଁର ନାମ ବଦଳେଇବା ପାଇଁ ଅନୁରାଧ କରିଥିଲେ ।

ହରିୟାଣା ଫତେହାବାଦରେ ଏକ ଗାଁର ନାମ ‘ଗନ୍ଦା’ । ଏହି ଗାଁ ରତିୟା ବ୍ଲକରେ । ଯଦି ସ୍ଥାନର ନାଁ ଏମିତି ଅଜବ ଗଜବ ଭଳି ହୋଇଥାଏ । ଅନ୍ୟକୁ କହିବାକୁ ଟିକେ ଲାଜ ଲାଗେ । ହରପ୍ରୀତିଙ୍କୁ ବି ଏମିତି ନିଜ ସାଙ୍ଗସାଥୀ ଓ ସଂପର୍କୀୟ ଭାଇଭଉଣୀଙ୍କୁ ଗାଁର ନାଁ କହିବାକୁ ସଂକୋଚ ଲାଗୁଥିଲା । କିନ୍ତୁ ଏବେ ହରପ୍ରୀତିଙ୍କ ଉଦ୍ୟମରେ ଏହି ଗାଁର ନାଁ ଗନ୍ଦା ବଦଳି ଅଜିତ୍ ନଗର ହୋଇଯିବ । ଗୁରୁ ଗୋବିନ୍ଦ ସିଂହଙ୍କ ବଡ ପୁଅଙ୍କ ନାଁ ଅଜିତ୍ ସିଂହ ଥିଲା । ତାଙ୍କର ସ୍ମୃତିରେ ଏହି ଗାଁ ନାଁ ଅଜିତ ନଗର ରଖାଯାଇଛି ।

ସୂଚନା ଅନୁସାରେ ଗାଁର ପଂଚାୟତ ଯାହା ୨୭ ବର୍ଷରେ କରିପାରିନି । ତାହା ଜଣେ ୮ମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ଝିଅ କରିଦେଖେଇଛନ୍ତି । ହରପ୍ରୀତିଙ୍କ ଏଭଳି ଉଦମ୍ୟରେ ସମସ୍ତେ ପ୍ରଭାବିତ ହୋଇଛନ୍ତି ଓ ଅନେକ ପ୍ରଶଂସା କରିଛନ୍ତି ।

ଏହାସହ ମଧ୍ୟ ଦେଖନ୍ତୁ- ମାଛର ଦାମ୍ ୪କୋଟି ! ଦେଖନ୍ତୁ ଏହି ମହଙ୍ଗା ମାଛକୁ