୧୩ ବର୍ଷୀୟ ନାବାଳକର ଅଦ୍ଭୁତ କାଣ୍ଡ : ପର୍ଣ୍ଣ ଭିଡିଓ ଦେଖି ୭ଜଣ ପିଲାଙ୍କୁ କଲା ଯୌନ ଶୋଷଣ !

409

2ଇଂଟରନେଟରେ ପର୍ଣ୍ଣ ଭିଡିଓ ଦେଖିବା ଦ୍ୱାରା କେମିତି ପିଲାଙ୍କ ଉପରେ ଖରାପ ପ୍ରଭାବ ପଡେ, ତାର ଏକ ଉଦାହରଣ ଦେଖିବାକୁ ମିଳିଛି । ଜଣେ ୧୩ ବର୍ଷୀୟ ନାବାଳକ ପର୍ଣ୍ଣ ସାଇଟ୍ ଦେଖି କରିଛି ଅଦ୍ଭୁତ କାଣ୍ଡ । ଅଶ୍ଳୀଳ ଭିଡିଓ ଦେଖି ୭ ଜଣ ପିଲାଙ୍କୁ କରିଛି ଯୌନ ଶୋଷଣ । ଏମିତି ଏକ ଖବର ଏବେ ଖୁବ୍ ଭାଇରାଲ ସାଜିଛି ।

ପ୍ରକାଶିତ ତଥ୍ୟ ଅନୁସାରେ ଏ ଘଟଣାଟି ଘଟିଛି ଲଣ୍ଡନରେ । ଇଂଟରନେଟରେ ଅଶ୍ଳୀଳ ଭିଡିଓ ଦେଖିବା ସଉକ ହୋଇଯାଇଥିଲା ଏହି ପିଲାଟିର । ପର୍ଣ୍ଣ ଭିଡିଓ ଦେଖିବା ପରେ ମନରେ ତାର ବିକାର ଜାତ ହୋଇଥିଲା ଏବଂ ସେ ୭ଜଣ ଛୋଟ ପିଲାଙ୍କ ସହ କରିଥିଲା ଦୁଷ୍କର୍ମ । ଏହି ନାବାଳିକ ପିଲାକୁ ଗିରଫ କରିଛି ପୁଲିସ୍ । ଅଧିକ ଅଶ୍ଳୀଳ ଭିଡିଓ ଦେଖିବା ଯୋଗୁଁ ଏମିତି କାଣ୍ଡ ପିଲାଟି କରିଛି ବୋଲି ପୁଲିସକୁ କହିଛି । ଏହି ମାମଲାରେ ପିଲାଟିର ମା’ କହିଛନ୍ତି ସେ ପିଲାଟିକୁ ଅଧିକ ସମୟ ଦେଇପାରନ୍ତି ନାହିଁ । ଯାହା ଦ୍ୱାରା ସେ ଏମିତି ଖରାପ କାମ କରିଛି । ଦ ସନରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

ଇଂଟରନେଟରେ ପର୍ଣ୍ଣ ଭିଡିଓ କେତେ ଖରାପ ପ୍ରଭାବ ଛୋଟ ପିଲାଙ୍କୁ ପକାଉଛି ତାର ଏ ହେଉଛି ଏକ ଉଦାହରଣ । ଥରେ ପିଲା ଏ ସବୁ ଜାଣିଗଲେ ଲୁଚି ଲୁଚି ଦେଖୁଥିବାର ଖବର ମଧ୍ୟ ମିଳୁଛି ।

ଏହାସହ ମଧ୍ୟ ପଢନ୍ତୁ – ଆଶ୍ଚର୍ଯ୍ୟ ଘଟଣା : ୪୮ ବର୍ଷ ହେଲା ହାତଟେ ଚାପି ଧରିଛି ଏକ ଗଛକୁ !