୯ ବର୍ଷୀୟ ପିଲାର ଅଜବ ଚିଠି ଲେଖା ନିଶା : ବିଶ୍ୱର ସବୁ ଦେଶକୁ ଲେଖିସାରିଲେଣି ଚିଠି

38

ଆଜିର ମୋବାଇଲ ଓ ଡିଜିଟାଲର ଚଟାପଟ ଯୁଗରେ ଆଉ କାହା ପାଖରେ ସମୟ ନାହିଁ ଚିଠି ଖଣ୍ଡେ ଲେଖିବାକୁ । ମେସେଜ ଲେଖି ପଠାଇଦେଲେ କାମ ସରିଲା । ଏବେ ଯେମିତି ଚିଠି ଲେଖିବା ସମସ୍ତଙ୍କର ଠପ୍ ହୋଇଯାଇଛି । ହେଲେ ବ୍ରିଟେନର ଜଣେ ୯ ବର୍ଷର ପିଲା ଚିଠି ଲେଖିବାରେ ଚର୍ଚ୍ଚିତ ପାଲଟିଛନ୍ତି । ବିଶ୍ୱର ସବୁ ଦେଶକୁ ସେ ଚିଠି ଲେଖିସାରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ବ୍ରିଟେନରେ ରହୁଥିବା ଏହି ଟୋବି ଲିଟିଲ୍ ନାମକ ପିଲାଟିକୁ ପିଲା ଦିନରୁ ହିଁ ଚିଠି ଲେଖିବାର ନିଶା ଲାଗିଯାଇଛି ।

ଟୋବିଙ୍କ କହିବାନୁସାରେ ଯେତେବେଳେ ତାଙ୍କୁ ୫ବର୍ଷ ହୋଇଥିଲା ସେ “ ଲେଟର ଟୁ ନ୍ୟୁଜିଲ୍ୟାଣ୍ଡ ”ପଢିଥିଲେ । ଆଉ ସେତେବେଳେ ଏତେ ଆକୃଷ୍ଟ ହୋଇଥିଲେ ଯେ ଛୋଟ ମନରେ ଚିଠି ଲେଖିବାର ସ୍ପୃହା ଜାଗ୍ରତ ହୋଇଥିଲା । ଏହି ବହି ଟୋବିଙ୍କୁ ଲୋକଙ୍କୁ ଚିଠି ଲେଖିବାକୁ ପ୍ରେରଣା ଯୋଗାଇଥିଲା ।

ଟୋବିଙ୍କ ମା’ କହିଛନ୍ତି ବିଦେଶରେ ରହୁଥିବା ନିଜର ସାଙ୍ଗସାଥୀଙ୍କୁ ଟୋବି ଚିଠି ଲେଖିସାରିଛନ୍ତି । ଏହାପରେ ସେ ନିଜର ବନ୍ଧୁର ବନ୍ଧୁଙ୍କୁ ବି ଚିଠି ଲେଖିବା ଆରମ୍ଭ କରିଦେଇଛନ୍ତି । ତାଙ୍କ କହିବାନୁସାରେ ପୁଅ ଟୋବି ଏବେସୁଦ୍ଧା ବିଭିନ୍ନ ଦେଶକୁ ପାଖାପାଖି ୧ହଜାର ପତ୍ର ଲେଖିସାରିଲେଣି । ସେଥିରୁ ୪୦୦ ଚିଠିର ପ୍ରତ୍ୟୁତ୍ତର ପାଇଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ସ୍ତ୍ରୀଙ୍କୁ ମନାଇବା ପାଇଁ ସ୍ୱାମୀଙ୍କ ଅଜବ ତରିକା : ଅସରପା ଭୟ ଦେଖାଇ ସ୍ତ୍ରୀ ସହ କରନ୍ତି ସମ୍ଭୋଗ