ରାଜନୀତି ମୈଦାନରେ ୯୫ ବର୍ଷୀୟ ମହିଳା ! ଆଗ୍ରା ବିଧାନସଭା ପାଇଁ ଦାଖଲ କରିଛନ୍ତି ପ୍ରାର୍ଥୀ ପତ୍ର

21

jal-devi-up-polls-agra_650x400_41485347880ଆଗ୍ରା : ଏମିତି ଏକ ଖବର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରାଜନୀତି ପାଇଁ ଦରକାର ପଡେ ଦଳ, ବଳ ଓ ଅର୍ଥ । ପ୍ରଥମେ ମନୋବଳ ଓ ବୟସ । ହେଲେ ଏ ସବୁଠୁ ବ୍ୟତିକ୍ରମ ଜଣେ ବୟସ୍କା ମହିଳା । ବୟସ ତାଙ୍କୁ ରୋକି ପାରିନି । ଏବେ ବି ରାଜନୀତି ପାଇଁ ସେ ସକ୍ରିୟ । ବୟସାଧିକ ହେତୁ ନିଜ ଗୋଡରେ ଠିକରେ ଠିଆ ହୋଇପାରୁନଥିବା ଜଳ ଦେବୀ ଆଶା ରଖିଛନ୍ତି ଦୁର୍ନୀତି ବିରୁଦ୍ଧରେ କରିବେ ଲଢେଇ ଓ ଲୋକଙ୍କର ଉନ୍ନତି ପାଇଁ କରିବେ ସଂଗ୍ରାମ ।

ସୂଚନା ଅନୁସାରେ ୯୫ ବର୍ଷୀୟ ଜଳ ଦେବୀ ନାମ୍ନୀ ଏହି ମହିଳା ଓହ୍ଲାଇଛନ୍ତି ରାଜନୀତି ମୈଦାନକୁ । ଫେବୃୟାରୀ ୧୧ରେ ହେବାକୁ ଯାଉଛି ଆଗ୍ରାର ନିର୍ବାଚନ । ଆଗ୍ରା ଜିଲ୍ଲାର ୯ ବିଧାନସଭା ସିଟରେ ୧୬୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଯୋଗିତା । ଆଗ୍ରା ବିଧାନସଭା ନିର୍ବାଚନ ପାଇଁ ଖଇରାଗଡରୁ ଦାଖଲ କରିଚନ୍ତି ପ୍ରାର୍ଥୀ ପତ୍ର । ଏହି ୧୬୬ଜଣଙ୍କ ମଧ୍ୟରେ ଜଳ ଦେବୀ କରିବେ ରାଜନୀତିର ଭାଗ୍ୟ ପରୀକ୍ଷା । ତାଙ୍କ ପୁଅ ରାମ ନାଥ ମଧ୍ୟ ସ୍ୱାଧୀନ ଭାବେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜଣେ ଓକିଲ ଓ ନିଜ ପୁଅର ସହାୟତାରେ ଏକ ହ୍ୱିଲଚେୟାରରେ ବସି ଜଳ ଦେବୀ ଆସିଥିଲେ କଲେକ୍ଟୋରେଟରେ । ସେଠାରେ ଉପସ୍ଥିତ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

 ଏହାସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ- ପାଠକୁ ପିଠି କରି ମୋନାଲିସା ରାଜନୀତି ମୈଦାନରେ : ପଂଚାୟତ ନିର୍ବାଚନରେ ହୋଇଛନ୍ତି ସମିତି ସଭ୍ୟା ପ୍ରାର୍ଥୀ