ମୋଦିଙ୍କୁ ଚିଠି ଲେଖିଲେ ୭ ବର୍ଷ ବୟସର କୁନି ଝିଅ : ବିମୁଦ୍ରାକରଣକୁ କଲେ ପ୍ରଶଂସା

33

mmକଳାଧନକୁ ରୋକିବା ପାଇଁ ମୋଦିଙ୍କ ବିମୁଦ୍ରାକରଣରେ ଦେଶରେ ଅଧିକ ସପକ୍ଷ ଓ କମ୍ ବିପକ୍ଷ ସୃଷ୍ଟି ହୋଇଥିବା ବେଳ , ଜଣେ ୭ବର୍ଷର କୁନି ଝିଅର ବିଚାରକୁ ନେଇ ଚାରିଆଡେ ଚର୍ଚ୍ଚା । ଛୋଟ ବୁଦ୍ଧିରେ ସେହି ଝିଅଟି ବୁଝିଛନ୍ତି ମୋଦିଙ୍କ ବିମୁଦ୍ରାକରଣର ରହସ୍ୟ ଓ ଉପଯୋଗୀତାକୁ ।

କର୍ଣ୍ଣାଟକ,ବାଙ୍ଗାଲୁରୁର ଶ୍ରେୟା ନାମ୍ନୀ ଏହି ୭ ବର୍ଷର ଝିଅଟି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପ୍ରଶଂସାର ଚିଠି । ଚିଠିରେ ଖୁବ୍ ପ୍ରଶଂସା କରିଛନ୍ତି ମୋଦିଙ୍କୁ ଓ ତାଙ୍କର ଦେଶର ଉନ୍ନତି ପାଇଁ କରିଥିବା ଏହି ନୋଟ୍ ସର୍ଜିକାଲ ଷ୍ଟ୍ରାଇକକୁ ।

wwwମୋଦିଙ୍କୁ ଖୁବ୍ ଭଲ ପାଆନ୍ତି ଶ୍ରେୟା ଓ ତାଙ୍କର ବଡ ଫ୍ୟାନ ବୋଲି ଚିଠିରେ ଲେଖିଛନ୍ତି । ଭାରତର ଉନ୍ନତିରେ ଏହି ବିମୁଦ୍ରାକରଣ ଖୁବ୍ ସହାୟକ ହେବା ବୋଲି କହିଛନ୍ତି ଶ୍ରେୟା । ଏହା ଦେଶର ଜଳାଧନ ରୋକିବାରେ ପ୍ରମୁଖ ଭୂମିକା ସାଜିବ ଏବଂ ଗରୀବଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଜଣେ ଛୋଟ ଝିଅର ଏତେ ସବୁ ବୁଝିବାର ଶକ୍ତି ଓ ବିଚାରକୁ ନେଇ ଚାରିଆଡେ ପ୍ରଶଂସା ।
ଦେଖନ୍ତୁ ଏହି ଭିଡିଓ –