କୁକୁର କରୁଛନ୍ତିି ଆତ୍ମହତ୍ୟା ! ଚର୍ଚ୍ଚାରେ ଡଗ୍ ସୁଇସାଇଡ୍ ବ୍ରିଜ୍

77

4କୁହାଯାଏ ଏ ସଂସାରରେ ମଣିଷ ହେଉଛି ଏକ ଜୀବ ଯାହାର ଚିନ୍ତା ଓ ଚେତନା ଶକ୍ତି ବିକଶିତ । ମଣିଷ ହସେ କାନ୍ଦେ , ପ୍ରତିକ୍ରିୟା ଓ ଅନୁଭବ କରିଥାଏ । କୈାଣସି ଘଟଣା ବା କଥାକୁ ନେଇ ସେ ନିଜକୁ ବଦଳାଏ । ବାଦ ,ବିବାଦ ଓ କଳହ ଏସବୁ ମଣିଷ କରିଥାଏ । ଆଉ ସେଥିରୁ ସୂତ୍ରପାତ ହୁଏ ହତ୍ୟା ଓ ଆତ୍ମହତ୍ୟା । ହଁ ମଣିଷମାନେ ଆତ୍ମହତ୍ୟା କରନ୍ତି ବୋଲି ଆମେ ଜାଣିଛେ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ପଶୁ ବି ଆତ୍ମହତ୍ୟା କରନ୍ତି । କୈାଣସି ଘଟଣାରେ ପ୍ରତିକ୍ରିୟା କରନ୍ତି । ଏମିତି ଦେଖିବାକୁ ମିଳିଛି ସ୍କଟଲ୍ୟାଣ୍ଡରେ । ଚର୍ଚ୍ଚାରେ ଡଗ୍ ସୁଇସାଇଡ୍ ବ୍ରିଜ୍ । ଗୋଟିଏ ନିର୍ଦ୍ଦିଷ୍ଟ ପୋଲ ଉପରୁ କୁକୁରମାନେ ଆତ୍ମହତ୍ୟା କରୁଥିବାର ଖବର ଏବେ ଖୁବ୍ ଚର୍ଚ୍ଚାରେ । ଦୈନିକ ଜାଗରଣ ପ୍ରକାଶ କରିଛି ଏଭଳି ଏକ ରହସ୍ୟକର ଖବର ।

3୫୦ ଫୁଟର ଏକ ପୋଲ ଉପରୁ ଏବେ ସୁଦ୍ଧା ୬୦୦ରୁ ଅଧିକ କୁକୁର ଡେଇଁ ଆତ୍ମହତ୍ୟା କରିବାର ପ୍ରୟାସ କରିଛନ୍ତି ଏବଂ ୫୦ଟିର ମୃତ୍ୟୁ ହୋଇଛି । ଏହା ଚକିତ କରିଛି ସମସ୍ତଙ୍କୁ । କଣ ହୋଇପାରେ ଏହା ପଛର କାରଣ । ବିଶେଷଜ୍ଞମାନେ ମଧ୍ୟ ବିସ୍ମିତ । କୁକୁରମାନେ ଏମିତି କାହିଁକି କରୁଛନ୍ତି । ଶୁଣିବାକୁ ମିଳୁଛି ଏମିତି ହେବାର ରହସ୍ୟ ଏହି ପୋଲଟିର ନିକଟରେ ଥିବା ଏକ ୧୦୦ ବର୍ଷ ପୁରୁଣା କୋଠା । କିନ୍ତୁ ସେଠାର କିଛି ଲୋକଙ୍କ କହିବାନୁସାରେ ୧୯୯୪ରେ କେବିନ ନାମକ ଜଣେ ବ୍ୟକ୍ତି ଏହି ପୋଲରେ ନିଜ ପୁଅକୁ ଫିଙ୍ଗିଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏଭଳି ଏକ ରହସ୍ୟପୂର୍ଣ୍ଣ ଘଟଣା ଉପରୁ ଏଯାଏ ବି ପରଦା ହଟିନି । କିନ୍ତୁ ଆଗକୁ କେମିତି କୁକୁରମାନଙ୍କ ମୃତ୍ୟୁ ନଘଟୁ ସେଥିପାଇଁ ପୋଲ ଉପରେ ଏକ ସୂଚନା ଫଳକ ଲଗାଯାଇଛି । କୁକୁର ମାଲିକଙ୍କୁ ସଚେତନ କରାଯାଇଛି ଏବଂ ନିଜ ପାଳିତ କୁକୁରକୁ ଫିତାରେ ବାନ୍ଧି ରଖନ୍ତୁ ବୋଲି ଲେଖାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –