ଜନ୍ମ ଏକା ସାଙ୍ଗରେ କର୍ମ ଏକା ସାଙ୍ଗରେ : ଗୋଟିଏ ହୋଟେଲରେ ୫ ଭାଇ-ଭଉଣୀ

159

ଯାଆଁଳା ପିଲା ଜନ୍ମ ହେବାର ବହୁତ କମ ଏମିତି ଘଟଣା ଅଛି । ଏକା ସାଥିରେ ୫ଟି ପିଲା ଯାଆଁଳା ପିଲା ଜନ୍ମ ହେବାର ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଏମିତି ଏକ ଖବର ଆପଣ ଶୁଣିଲେ ଅବିଶ୍ୱାସ ଲାଗିବ । ଏହାକୁ ଏକ ଅଦ୍ଭୂତ ସାମଞ୍ଜସ୍ୟ କୁହାଯିବନି ତ ଆଉ କଣ । ଏକା ସାଥିରେ କିଛି ମିନିଟ୍ ଅନ୍ତରରେ ଜନ୍ମ ହୋଇଥିବା ୫ ଜଣ ଭାଇ-ଭଉଣୀ ଗୋଟିଏ ରେଷ୍ଟୁରାଂଟରେ କାମ କରୁଛନ୍ତି ।

34ମିଚିଗାନରେ ଫୁଡ୍ ଚେନ୍ ମେକ୍ ଡୋନାଲ୍ଡସର ଏକ ରେଷ୍ଟୁରାଂଟରେ ୫ଜଣ ଯାଆଁଳା ଭାଇ-ଭଉଣୀ କାମ କରନ୍ତି । ଯାହା ସେଠାରେ ଖୁବ୍ ଚର୍ଚ୍ଚାର ବିଷୟ । ଏମାନଙ୍କ ଭିତରେ ୨ ଭଉଣୀ ଓ ୩ ଭାଇ । ଭାଇମାନଙ୍କ ନାଁ ଲିଥ୍ ,ଲୋଗନ ,ଲୁକସ ଏବଂ ଭଉଣୀଙ୍କ ନାଁ ଲାରିନ୍ ଓ ଲିଣ୍ଡସେ କୁର୍ଟିସ୍ । ସବୁ ଭାଇ-ଭଉଣୀ ମାନଙ୍କ ମଧ୍ୟରେ ଲୁକସ ସବୁଠୁ ସାନ । ଲୁକସ ନିଜ ବଡ ଭାଇ ଲିଥ୍ ଠାରୁ ୩ମିନିଟ ଅନ୍ତରରେ ଜନ୍ମ ହୋଇଥିଲେ । ଲୁକସ ଓ ତାଙ୍କ ଭଉଣୀ ଲାରିନ୍ ଏହି ରେଷ୍ଟୁରାଂଟରେ ଗତ ବର୍ଷଠୁ କାମ କରୁଛନ୍ତି । ଏମାନଙ୍କ ଅନ୍ୟ ୩ ଭାଇ-ଭଉଣୀ ଏହି ବର୍ଷ ଆରମ୍ଭରେ ଏହି ରେଷ୍ଟୁରାଂଟରେ କାମ କରୁଛନ୍ତି ।

ରେଷ୍ଟୁରାଂଟରେ ଲିଥ୍ ,ଲାଗନ୍ ଓ ଲୁକସ ରୋଷେଇରେ କାମ କରନ୍ତି । ଲାରିନ୍ କୁର୍ଟିସ ସାମ୍ନା କାଂଉଟର ସମ୍ଭାଳନ୍ତି । ଲିଣ୍ଡସେ ଡାଇନିଂ ଏରିଆ କାମ କରନ୍ତି । ଏଠାରେ ଏହି ୫ ଭାଇ-ଭଉଣୀଙ୍କର ଖୁବ୍ ନାଁ । ଏମାନଙ୍କୁ ଦେଖିବା ପାଇଁ ମଧ୍ୟ ଲୋକେ ଏହି ରେଷ୍ଟୁରାଂଟରେ ଲାଇନ ଲଗାନ୍ତି ଏବଂ ସାଥିରେ ଫଟୋ ଉଠାନ୍ତି । ରେଷ୍ଟୁରାଂଟର ମାଲିକଙ୍କ ଏହି ୫ ଭାଇଭଉଣୀଙ୍କ ସହ କାମ କରି ଖୁବ୍ ଖୁସି ଓ ଗର୍ବିତ ବୋଲି କୁହନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ଦେଖନ୍ତୁ ଏହି ଭିଡିଓ –୮୦ ବର୍ଷରେ ୩୦ ପରି ଲାଗନ୍ତି ମହିଳା : ୬୫ ବୟସରେ ବି ପିଲା ଜନ୍ମ କରନ୍ତି