ସଡକରେ ବୈଜ୍ଞାନିକ ! ବିଶ୍ୱ ରେକର୍ଡ ନିଶାରେ ୪୦୪ ଜଣ ଲୋକ ହେଲେ ଆଇନଷ୍ଟାଇନଙ୍କ ବେଶ

24

କାନାଡା : ନିକଟରେ କାନାଡାର ଟୋରଣ୍ଟୋ ସହରରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଶହ ଶହ ଲୋକଙ୍କ ଭିଡ ଲାଗିଥିଲା ସେହି ସହରର ରାସ୍ତାରେ । ସେମାନଙ୍କ ମଧ୍ୟରେ ୪୦୪ ଜଣ ଲୋକ ପ୍ରସିଦ୍ଧ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟାଇନଙ୍କ ବେଶ ହୋଇଥିଲେ । ତାଙ୍କ ଭଳି ପୋଷାକ ପିନ୍ଧିବା ସହ କେଶ ,ଦାଢି ମଧ୍ୟ ରଖିଥିଲେ । ଗିନିଜ ବିଶ୍ୱ ରେକର୍ଡ କରିବା ପାଇଁ ଏପରି ଏକ ପ୍ରୟାସ କରିଥିଲେ ଏହି ବ୍ୟକ୍ତିମାନେ ।

ଏହାପୂର୍ବରୁ ୯୯ ଲୋକ ଏକା ସାଥିରେ ଆଇନଷ୍ଟାଇନଙ୍କ ଭଳି ବେଶ ଧରି ରେକର୍ଡ କରିଥିଲେ । ଏହି ସବୁ ଲୋକ ଟୋରଣ୍ଟୋରେ ହେବାକୁ ଥିବା ଆଇନଷ୍ଟାଇନ ପ୍ରତିଯୋଗୀତାରେ ଭାଗ ନେବେ । ଏହି ପ୍ରତିଯୋଗୀତାରେ କିଛି ନୂଆ କରି ଦେଖେଇବାକୁ ପ୍ରତିଯୋଗୀ ଇଚ୍ଛା ରଖିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –