୪ ବର୍ଷର ଶିଶୁ ଏବେ ୮୦ ବର୍ଷର ବୁଢା : ଅଦ୍ଭୂତ ରୋଗର ପ୍ରଭାବ

47

11ସବୁ ମାତା ପିତା ଚାହାଁନ୍ତି ତାଙ୍କ ଘରେ ଏକ ସୁନ୍ଦର ,ସ୍ୱାସ୍ଥ୍ୟବାନ୍ ଶିଶୁ ଜନ୍ମ ହେଉ । ଘରେ ପ୍ରଥମ କରି ଶିଶୁ ଜନ୍ମ ହେଲେ ପରିବାରରେ ଖୁସିର ନୂଆ ସୂର୍ଯ୍ୟୋଦୟ ହୋଇଥାଏ । ହେଲେ ଜନ୍ମିତ ଶିଶୁଟି ଯଦି ଅଜଣା ରୋଗରେ ପୀଡିତ ହୁଏ । ତାହେଲେ ବଦଳିଯାଏ ଖୁସିର ପରିଭାଷା ।

33ଦେହ ଅଛି ତ ରୋଗ ବି ଅଛି । ଏକଥା ନିରାଟ ସତ୍ୟ । ହେଲେ ଏମିତି ଏକ ରୋଗ ଏକ ଶିଶୁକୁ କବଳିତ କରିଛି ଯେ ଯାହାକୁ ଡାକ୍ତର ବି ଜାଣିପାରୁନାହାଁନ୍ତି । ଯାହା ଦ୍ୱାରା ଏହି ୪ ବର୍ଷର ଶିଶୁ ବାୟଜିଦ୍ ହୁସେନ ଏବେ ଦେଖିବାକୁ ୮୦ବର୍ଷର ବୁଢା ଭଳି । ଏ ଘଟଣା ଘଟିଛି ବାଙ୍ଗଲାଦେଶରେ । ରହସ୍ୟମୟ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏତେ କମ୍ ବୟସରେ ଏହି ୪ ବର୍ଷର ଶିଶୁର ଚର୍ମ ବୁଢାଙ୍କ ଚର୍ମ ଭଳି କୁଂଚ କୁଂଚ ହୋଇଯାଇଛି । ମୁହଁ ବିକୃତ ଦେଖାଯାଉଛି ।  ଦାନ୍ତ ଖସି ପଡିଛି । ଦେଖିବାକୁ ଶୁଣିବାକୁ ଖୁବ୍ ଅସୁବିଧା ହେଉଛି । ପରିସ୍ରା ବି ଠିକରେ ହେଉନି । ପାଖ ପଡୋଶୀର ପିଲାମାନେ ଭୟରେ ବାୟଜିଦର ପାଖକୁ ଆସୁନାହାଁନ୍ତି କି ତା ସହ ଖେଳୁ ବି ନାହାଁନ୍ତି ।

source-http://i1.mirror.co.uk/

ବାୟଜିଦର ପିତମାତା ପୂର୍ବରୁ ଅନେକ ଡାକ୍ତଖାନା ନେଇଛନ୍ତି । ହେଲେ କେହି ଡାକ୍ତର ଏହି ଅଜଣା ରୋଗ ବିଷୟରେ ଜାଣିପାରିନଥିଲେ । ଏକ ଗରିବ କୃଷକ ପରିବାରରେ ଜନ୍ମ ହୋଇଥିବା ବାୟଜିଦର ରୋଗର ସ୍ଥିତି ଦେଖିବା ପରେ, ଢାକାର ଏକ ବଡ ଡାକ୍ତଖାନାର ଡାକ୍ତର ମାନେ ଏହି ରୋଗକୁ ଚିହ୍ନଟ କରି ମୁକ୍ତ ଚିକିତ୍ସା କରିବାକୁ ରାଜି ହୋଇଛନ୍ତି । ଏବେ ବାୟଜିଦର ଚିକିତ୍ସା ଚାଲୁରହିଛି ।

ପ୍ରୋଜେରିଆ ଭଳି ଏକ ଅଦ୍ଭୂତ ରୋଗର ଶିକାର ବାୟଜିଦର ଶିଶୁ ଜୀବନ ଦୁର୍ବିସହ ପାଲଟିଯାଇଛି । ଏହି ରୋଗରେ ପୀଡିତ ରୋଗୀ ୧୩ ବର୍ଷ ବୟସ ଭିତରେ ହାର୍ଟଷ୍ଟ୍ରୋକ କିମ୍ବା ଷ୍ଟ୍ରୋକରେ ମୃତ୍ୟୁ ବରଣ କରିଥାନ୍ତି । ଏବେ ବାୟଜିଦର ପିତାମାତା ଭଗବାନଙ୍କୁ ଭରସା କରିଛନ୍ତି । ସଫଳ ଚିକିତ୍ସା ହୋଇ ବାୟଜିଦ ପୁଣି ତାଙ୍କର ହସଖୁସିର ସଂସାରରେ ଖୁସି ଭରିଦେବ ବୋଲି ଆଶା ରଖିଛନ୍ତି ।

ଅଦ୍ଭୂତ ରୋଗର ଶିକାର ବାୟଜିଦକୁ ଦେଖନ୍ତୁ ଏହି ଭିଡିଓରୁ –


ଏହା ସହ ଦେଖନ୍ତୁ –ବାହା ହେବାକୁ ମିଳୁ ନାହାଁନ୍ତି ପୁଅ : ସ୍ୱପ୍ନର ରାଜକୁମାର ଅପେକ୍ଷାରେ କୁଆଁରୀକନ୍ୟା