ଏମିତି ଅଛି ଏକ ଗ୍ରହ ! ଏଠାରେ ଗୋଟିଏ ଦିନରେ ୩ଥର ହୁଏ ସୂର୍ଯ୍ୟୋଦୟ

125

ଆମ୍ଭେ ସମସ୍ତେ ଦୈନିକ ଜୀବନର କ୍ରିୟାକର୍ମ ସୂର୍ଯ୍ୟୋଦୟରୁ ହିଁ ଆରମ୍ଭ କରିଥାଉ । ଦିନରେ ଗୋଟିଏ ସୂର୍ଯ୍ୟୋଦୟ ଆମେ ଦେଖିଥାଉ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦିନରେ ୩ଥର ସୂର୍ଯ୍ୟୋଦୟ ହୋଇଥାଏ । ଦୈନିକ ଜାଗରଣରେ ପ୍ରକାଶିତ ହୋଇଛି ଏମିତି ଏକ ଖବର ।

ବୈଜ୍ଞାନିକମାନେ ଏମିତି ଏକ ନୂଆ ଗ୍ରହ ଠାବ କରିଛନ୍ତି । ସେହି ଗ୍ରହଟି ଓଜନରେ ବୃହସ୍ପତି ଗ୍ରହର ୪ଗୁଣ ଏବଂ ପୃଥିବୀ ଠାରୁ ୩୪୦ ପ୍ରକାଶ ବର୍ଷ ଦୂରରେ ଅବସ୍ଥିତ । ଏହି ଗ୍ରହରେ ଦିନରେ ୩ଥର ରାତି ୩ଥର ଦିନ ହୋଇଥାଏ । ଏହି ନୂଆ ଗ୍ରହର ବୟସ ମାତ୍ର ୧.୬ କୋଟି ବର୍ଷ । ଏବେ ଏହି ନୂଆ ଗ୍ରହକୁ ନେଇ ଚର୍ଚ୍ଚା ଓ କୈାତୁହଳ ।