୫କି.ମିକୁ ୧ ଟଙ୍କା ଅଟୋ ଭଡା ନେଉଛନ୍ତି ଅଟୋ ଚାଳକ ! ମୋଦି ସରକାରର ୩ ବର୍ଷ ପୂର୍ତ୍ତି ନେଇ ଖୁସିରେ ପ୍ରଶଂସକ

35

ବେଙ୍ଗାଲୁରୁ : ବିଜେପିର ନେତା ଓ କାର୍ଯ୍ୟକର୍ତ୍ତା ମୋଦି ସରକାରର ୩ବର୍ଷର ଉତ୍ସବ ପାଳୁଛନ୍ତି । ଆଉ ଏ ଭିତରେ ମୋଦି ପ୍ରଶଂସକମାନେ ବି ପଛରେ ନାହାଁନ୍ତି । ସେମାନେ ବି ଖୁସିରେ ମତୁଆଲା । କର୍ଣ୍ଣାଟକର ବେଙ୍ଗାଲୁରୁର ଜଣେ ଅଟୋ ଚାଳକଙ୍କୁ ନେଇ ଏବେ ଚର୍ଚ୍ଚା । ଯିଏକି ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ବର୍ଷ ପୂର୍ତି ନେଇ ଖୁସିରେ ମସଗୁଲ୍ । ଏବଂ ପ୍ରତି ଯାତ୍ରୀଙ୍କ ଠାରୁ ନେଉଛନ୍ତି ୧ଟଙ୍କାର ଅଟୋ ରିକ୍ସା ଭଡା ।

ସତିଶ ପ୍ରଭୁ ନାମକ ଏହି ମୋଦି ପ୍ରଶଂସକ ମୋଦି ସରକାରର ୩ ବର୍ଷ ନେଇ ଖୁସିରେ ଶୁକ୍ରବାର ଠାରୁ ୪ଦିନ ଯାଏ କେବଳ ୧ଟଙ୍କାରେ ଭଡା ନେବେ କହିଛନ୍ତି । ୪୪ ବର୍ଷୀୟ ସତିଶ୍ ନିଜର ଅଟୋ ରିକ୍ସା ପଛରେ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ଯେଉଁଥିରେ ରେଜିଷ୍ଟ୍ରେସନ ନମ୍ବର ସହ ଲେଖା ଅଛି –“ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ସରକାରର ୩ବର୍ଷ ପୂରା ହେବାର ଖୁସିରେ ,ଅଟୋ ରିକ୍ସାର ଭଡା ୫ କି.ମି ଯାଏ ୧ଟଙ୍କା ରହିଛି ”।