୨ବର୍ଷର ଶିଶୁ ବଂଚାଇଲା ଯାଆଁଳା ଭାଇର ଜୀବନ : ଭିଡିଓ ୟୁଟ୍ୟୁବରେ ଭାଇରାଲ

51

1024x1024ଆମେରିକାର ୟୁଟାହରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଜଣେ ୨ବର୍ଷର ଶିଶୁ ନିଜ ଯାଆଁଳା ଭାଇର ଜୀବନ ବଂଚାଇଛି । ଡେଲିମେଲରେ ପ୍ରକାଶିତ ଏହି ଖବର ଏବେ ଖୁବ୍ ଚର୍ଚ୍ଚାରେ । ୟୁଟ୍ୟୁବରେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି , ଦୁଇ ଯାଆଁଳା ଭାଇ ମଧ୍ୟରୁ ଜଣେ ଡ୍ରେସିଂ ଟେବୁଲର ତଳେ ଚାପି ହୋଇଯାଇଛି । ଘରେ କେବଳ ସେହି ପିଲା ଦୁଇଜଣକୁ ଛାଡିଦେଲେ ଆଉ କେହି ନଥିଲେ । ଛୋଟ ପିଲାଟି କିଛି ଉପାୟ ପାଉନଥାଏ । ଅନେକ ଚେଷ୍ଟା କରି ଶେଷରେ ନିଜ ଭାଇର ଜୀବନ ବଂଚାଇଛି । ଏହି ଦୃଶ୍ୟ ଘରେ ଲାଗିଥିବା ସିକ୍ୟୁରିଟି କ୍ୟାମେରାରେ କଏଦ ହୋଇଛି ।

ସୂଚନା ଅନୁସାରେ ଗତ ରବିବାର ଯାଆଁଳା ଶିଶୁ ବ୍ରୋକ୍ ଓ ବାଉଡି ଘରେ ଖେଳୁଥିଲେ । ଦୁଇ ପିଲା ଖେଳୁଥିବା ବେଳେ ଘରେ ଥିବା ଡ୍ରେସର ଜଣେ ପିଲା ଉପରେ ଖସିପଡିଥିଲା । ହେଲେ ଅନ୍ୟ ଶିଶୁଟି ଏଥିରେ ଡରି ନଯାଇ ନିଜ ଭାଇକୁ ବଂଚାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଥିଲା । ଏହି ଦୃଶ୍ୟ ଯିଏ ବି ଦେଖୁଛି ଖୁବ୍ ତାରିଫ୍ କରୁଛି ସେହି ପିଲାଟିକୁ । ଘରେ ନଥିବା ପିତା-ମାତା ଯେତେବେଳେ ଘରେ ଲାଗିଥିବା ସିକ୍ୟୁରିଟି କ୍ୟାମେରା ଦେଖିଲେ ଏକଥା ସାମ୍ନାକୁ ଆସିଥିଲା ।
ଏହାସହ ଦେଖନ୍ତୁ ଏହି ଭିଡିଓ –


ଏହା ସହ ମଧ୍ୟ ଦେଖନ୍ତୁ- ପାର୍କରେ ଜୀବନ ମୃତ୍ୟୁର ସଂଘର୍ଷ : ୮ ଘଂଟା ଧରି ୧୨୭ଫୁଟ ଉଚ୍ଚରୁ ଲଟକି ରହିଲେ ଲୋକେ