ନରଭକ୍ଷିକା ମହିଳା ! ପ୍ରତିଦିନ ମଣିଷ ମାଂସରେ ତିଆରି କରନ୍ତି ଖାଦ୍ୟ

74

2ଆମର ଏ ପୃଥିବୀରେ ବିଭିନ୍ନ ପ୍ରକାରର ମଣିଷ ରୁହନ୍ତି । ସେମାନଙ୍କର ଆଚାର ବିଚାର ଓ କାର୍ଯ୍ୟକଳାପରେ ଥାଏ ସ୍ୱତନ୍ତ୍ରତା । କିଏ ସମାଜରେ ଭଲ କାମ କରି ଯଶ ପାଏ ତ କିଏ କୁକର୍ମ କରି ନିନ୍ଦିତ ହୁଏ । ଲୋକଙ୍କର ଅନେକ ଅଜବ ପ୍ରକାରର ସଉକ ସଂପର୍କରେ ଆମେ ଜାଣିଛେ।ହେଲେ ଜଣେ ମହିଳାଙ୍କ ଅଜବ ସଉକ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାବି ପାରିବେ ନାହିଁ ଯେ ଏମିତି ବି ହୋଇପାରେ । କିନ୍ତୁ ଏକଥା ସତ ।

ଇଣ୍ଡୋନେସିଆରେ ରହୁଥିବା ଏହି ୨୯ ବର୍ଷୀୟ ମହିଳାଙ୍କର ସଉକ ନିତି ମଣିଷ ମାଂସ ଖାଇବା । ଆଉ ମଧ୍ୟ ଏହି ମଣିଷ ମାଂସକୁ ସେ ଫ୍ରିଜରେ ସାଇତି ରଖି ଦିନ ପରେ ଦିନ ଖାଇଥାନ୍ତି । ସୂଚନା ଅନୁସାରେ ରକ୍ତମୁଖି ମହିଳା ଭାବେ ପରିଚିତ ଏହି ମହିଳା ୩୦ରୁ ଅଧିକ ମହିଳା ଓ ପୁରୁଷଙ୍କୁ ହତ୍ୟା କରି ଖାଇଛନ୍ତି ଏବଂ ସବୁଠୁ ନିଜ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରି ତାଙ୍କ ମାଂସକୁ ଫ୍ରିଜରେ ରଖିଥିଲା । ମଣିଷ ମାଂସ ଖାଇବାକୁ ସେ ଖୁବ୍ ଭଲପାଆନ୍ତି ବୋଲି କୁହନ୍ତି ।

ଏହି ନରଭକ୍ଷି  ମହିଳାଙ୍କ କହିବାନୁସାରେ ସେ ନିଜର ଅନେକ ବନ୍ଧୁ ଓ ସଂପର୍କୀୟଙ୍କୁ ଡାକି ଅନେକ ସମୟରେ ପାର୍ଟି ଦେଇଛନ୍ତି । ଆଉ ସେମାନଙ୍କ ଅଜାଣତରେ ଏହି ନର ମାଂସକୁ ରାନ୍ଧି ଖାଇବାକୁ ଦେଇଛନ୍ତି । ସେମାନେ ଏହାକୁ ମହାଆନନ୍ଦରେ ଖାଇ ,ଖୁବ୍ ତାରିଫ ମଧ୍ୟ କରିଛନ୍ତି । ପୁଲିସ ଯେତେବେଳେ ଏହି ଫିଲିପିଆନ୍ସ ମହିଳାଙ୍କୁ ଗିରଫ ପାଇଁ ତାଙ୍କ ଘରେ ପ୍ରବେଶ କରିଥିଲା , ମୁଣ୍ଡରେ ହାତ ଦେଇଥିଲା । ମହିଳାଙ୍କର ଫ୍ରିଜରେ ଖାଲି ଥିଲା କଟା ମଣିଷର ମାଂସ । ଏମିତି ଜଣେ ମହିଳା କରିପାରେ ପୁଲିସ ଅବିଶ୍ୱାସ ଭିତରେ ବି ବିଶ୍ୱାସ କରିଥିଲା ।

ଏହାସହ ମଧ୍ୟ ପଢନ୍ତୁ –ଏଠାରେ ଯୁବତୀମାନେ ଭଡାରେ ନିଅନ୍ତି ବୟଫ୍ରେଣ୍ଡ ! ଟଙ୍କା ଦେଇ ବୁକିଂ କରନ୍ତି ମନ ପସନ୍ଦର ଯୁବକ