ମୋଦିଙ୍କ ସ୍ୱରକୁ ନକଲ କରି ଚର୍ଚ୍ଚାରେ ଶ୍ୟାମ ସୁନ୍ଦର : ସୋସିଆଲ ମିଡିଆରେ ଭାଇରାଲ

29

2ଗତ ଦଶ ଧରି ଖୁବ୍ ଭାଇରାଲ ସାଜିଛି ଏକ ସ୍ୱର ସୋସିଆଲ ମିଡିଆରେ । ହ୍ୱାଟ୍ସଆପ୍ ମେସେଜରେ ଶୁଣିବାକୁ ପାଇବେ ଏକ ଚିହ୍ନା ଓ ଗମ୍ଭୀର ସ୍ୱର । ପ୍ରଧାନ ମନ୍ତ୍ରୀ ମୋଦିଙ୍କର ।  କିନ୍ତୁ ଆପଣ ଶୁଣିଲେ ବିଶ୍ୱାସ କରିବେନି ଏହା ମୋଦିଙ୍କର ନକଲ ସ୍ୱର । ୨୨ ବର୍ଷ ବୟସର ଶ୍ୟାମ ସୁନ୍ଦର ମୋଦିଙ୍କର ଏପରି ନକଲ କରି ଏବେ ଖୁବ୍ ଚର୍ଚ୍ଚାରେ ।

୧ମିନିଟ ୮ସେକେଣ୍ଡର ଏହି ଭିଡିଓରେ ଶ୍ୟାମ ସୁନ୍ଦର ମୋଦିଙ୍କ ଭଏସକୁ ନକଲ କରି ରାତାରାତି ଷ୍ଟାର ପାଲଟି ଯାଇଛନ୍ତି । ରାଜସ୍ଥାନର ମୋଖମୱାଲା ଗାଁର ଶ୍ୟାମ ସୁନ୍ଦର ଜଣେ କୃଷକର ପୁଅ । ସେ କେବେବି ବିଶ୍ୱାସ କରିନଥିଲେ ଦିନେ ଏମିତି ହେବ ବୋଲି । ନିଜ ମୋବାଇଲ ଫୋନ ଖରାପ ଥିବାରୁ ଶ୍ୟାମ ସୁନ୍ଦର ଜଣେ ସାଙ୍ଗ ଫୋନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଏସର ନକଲ ଭିଡଓ କରିଥିଲେ ଏବଂ ଘରେ ଇଲେକ୍ଟ୍ରିସିଟି ନଥିବାରୁ ନିଜ ମୁହଁକୁ ଏକ ଟର୍ଚ୍ଚ ଲାଇଟରେ ଆଲୋକ କରି ସେ ଏକ ଭିଡିଓ ରେକର୍ଡ କରିଥିଲେ । ଏହା ବିଷୟରେ ଭୁଲି ଯାଇଥିଲେ । ଏହା ଦୁଇଦିନ ପରେ ସେ ନିଜ ଫୋନ ସର୍ଭିସିଙ୍ଗ କରି ଆଣିଲା ପରେ ଏହି ଭଏସ ଭାଇରାଲ ହୋଇଥିବା ଜାଣିବାକୁ ପାଇଲେ ।

୨୦୧୨-୧୩ ମସିହାରେ ମୋଦି ୨୦୧୪ ଲୋକସଭା ପୂର୍ବରୁ ବିଦେଶ ଯାତ୍ରା କରିଥିଲେ ,ସେତେବେଳେ ଶ୍ୟାମ ସୁନ୍ଦର ମୋଦିଙ୍କ ସ୍ୱରକୁ ନକଲ କରିବାକୁ ସ୍ଥିର କରିଥିଲେ । ସେତେବେଳେ ଟିଭି . ସୋସିଆଲ ମିଡିଆ ସବୁଥିରେ ମୋଦିଙ୍କ ସ୍ୱର ବହୁତ ଶୁଣିବାକୁ ମିଳୁଥିଲା । ଶ୍ୟାମ ସୁନ୍ଦର ତାକୁ ଶୁଣୁଥିଲେ । ଏହି ଅଭ୍ୟାସ କରି ପୂରା ସଠିକ ନକଲ ପାଇଁ ୨ବର୍ଷ ତାଙ୍କ ଲାଗିଥିଲା ।

ଏବେ ବଲିଉଡ କମେଡିଆନ ଜନ୍ନି ଲିଭର ତାଙ୍କୁ ଭେଟିଛନ୍ତି । ଖୁବ୍ ପ୍ରଶଂସା କରିଛନ୍ତି । ଜଣେ ଲୋକପ୍ରିୟ କମେଡିଆନ ହେବାର ଇଚ୍ଛା ଶ୍ୟାମ ସୁନ୍ଦରଙ୍କର ଏବେ ସତ ହେବାକୁ ଯାଉଛି ।

ଶ୍ୟାମ ସୁନ୍ଦର କେମିତି ମୋଦିଙ୍କ ସ୍ୱରକୁ ନକଲ କରୁଛନ୍ତି , ଦେଖନ୍ତୁ ଏହି ଭିଡିଓରୁ –