ଚର୍ଚ୍ଚାରେ ଆଇଏଏସ୍ ଟପ୍ପର ଟିନା ଡାବିଙ୍କ ଲଭ ଷ୍ଟୋରୀ : ସେକେଣ୍ଡ ଟପ୍ପରଙ୍କୁ କରିବେ ବିବାହ

185

dabiପ୍ରେମ ଏମିତି ଏକ ଫଲଗୁ , କେତେବେଳେ କାହା ସହ ରଙ୍ଗ ବୋଳିଦିଏ ଜାଣି ହୋଇ ନଥାଏ । କେତେବେଳେ ଅଜଣା ରାସ୍ତାର ଅଚିହ୍ନା ଲୋକ ବି ଚିହ୍ନାଜଣା ପାଲଟି ଯାଏ ତ କେତେବେଳେ କେଉଁ ମୁହୂର୍ତର କଥାବାର୍ତାରେ ମନ ଗଢିଦିଏ ଅତୁଟ ସଂପର୍କ । ଏ ହେଉଛି ସମୟର ଖେଳ । ଜୀବନର ଛାଇ ଆଲୁଅ ଖେଳ । ଏମିତି ଏକ ଛାଇ ଆଲୁଅର ସଂପର୍କ ଯୋଡି ଦେଇଛି ଦୁଇ ମନକୁ , ଦୁଇ ପ୍ରାଣକୁ ପ୍ରେମର ଡୋରିରେ ।

tina-1ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି ଏମିତି ଏକ ଚର୍ଚ୍ଚିତ ଖବର । ନିଜର ସଫଳ କ୍ୟାରିୟରକୁ ନେଇ ସାରା ଦେଶରେ ଚର୍ଚ୍ଚା ପାଲଟି ଥିବା ୨୨ ବର୍ଷୀୟ ଟିନା ଡାବି ଏବେ ନିଜର ସଫଳ ପ୍ରେମ ଓ ବିବାହକୁ ନେଇ ଚର୍ଚ୍ଚାରେ । ୨୦୧୫ର ଆଇଏଏସ ଟପ୍ପର ହୋଇ ଦେଶର ଯୁବତୀଙ୍କର ଆଇକନ ପାଲଟି ଯାଇଥିବା ଦିଲ୍ଲୀ ଝିଅ ଟିନା ଡାବି ବିବାହ କରିବାକୁ ଯାଉଛନ୍ତି । ମସୁରୀର ଲାଲବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀରେ ଏବେ ଟ୍ରେନିଂ ନେଉଛନ୍ତି ଟିନା । କଶ୍ମୀରର ଅତହର ଆମିର ଖାନ ନାମକ ଜଣେ ସାଥୀଙ୍କୁ ବିବାହ କରିବେ । ସେ ସାଥୀ ଆଉ କେହି ନୁହେଁ ଯିଏ ଆଇଏଏସ୍ ପରୀକ୍ଷାରେ ଟିନାଙ୍କ ଠାରୁ ସେକେଣ୍ଡ ପୋଜିସନରେ ରହିଥିଲେ ।

dabi4ଟିନା ଫେସବୁକରେ ନି ବନ୍ଧୁ ମାନଙ୍କୁ ସେୟାର କରିଛନ୍ତି ନିଜର ପ୍ରେମ ଓ ନିଜ ପ୍ରେମିକଙ୍କ ପ୍ରଶଂସା କଥା ଏବଂ ଟ୍ରେନିଂ ସମୟରେ ସାଥୀ ହୋଇ ବିତେଇଥିବା ଅବସର ମୁହୂର୍ତ୍ତର ଫଟୋ । ପ୍ରେମର ବୀଜ ବପନ ହୋଇଥିଲା ଟ୍ରେନିଂ ସେଂଟରରେ । ପ୍ରଥମ ସାକ୍ଷାତରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ । ଟିନା ନିଜ ହୃଦୟର ପ୍ରିୟ ପୁରୁଷ କରିନେଇଥିଲେ ସାଥୀ ଅତହର ଆମିରଙ୍କୁ । । ଟ୍ରେନିଂ ଶେଷ ହେବା ପୂର୍ବରୁ ଦୁହେଁ ଦୁହିଁଙ୍କର ମନକୁ ବୁଝି ନେଇଛନ୍ତି । ଆଉ ସାରା ଜୀବନ ସାଥୀ ହୋଇ ବାଟ ଚାଲିବାର ପ୍ରତିଶୃତି ବି ଦେଇସାରିଛନ୍ତି । ଏଥିପାଇଁ ତାଙ୍କ ପିତାମାତା ମଧ୍ୟ ବହୁତ ଖୁସି ଅଛନ୍ତି ।

ଏବେ ପୁଣି ନିଜ ପ୍ରେମ ବିବାହକୁ ନେଇ ଖବରରେ ଟିନା । ବହୁ ଶ୍ରୀଘ୍ର ତାଙ୍କର ସେହି ପ୍ରିୟ ସାଥୀଙ୍କ ସହ ବିବାହ ତାରିଖ ସ୍ଥିର ହେବାକୁ ଯାଉଛି ବୋଲି କହିଛନ୍ତି ଟିନା ।

ଏହାସହ ଦେଖନ୍ତୁ ଏହି ଭିଡିଓ –