ଚର୍ଚ୍ଚିତ ୫ଶହ କିଲୋଗ୍ରାମ ଓଜନର ମହିଳା : ଚିକିତ୍ସା ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଡାକ୍ତରଖାନା

60

800x480_IMAGE61321651ମୁମ୍ବାଇ : ଏମିତି ଏକ ଖବର ଏବେ ଚର୍ଚ୍ଚାରେ ,ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କେବଳ ଜଣେ ମହିଳାଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଡାକ୍ତରଖାନା । ମୁମ୍ବାଇର ଚରନି ରୋଡ ସ୍ଥିତ ସୈଫି ହସ୍ପିଟାଲ ଏହି ୱନ ବେଡ୍ ହସ୍ପିଟାଲ ତିଆରି କରୁଛି । ବିଶ୍ୱର ସବୁଠୁ ମୋଟୀ ମହିଳା କୁହାଯାଉଥିବା ଇମାନ ଅହମଦଙ୍କ ପାଇଁ ତିଆରି ହେଉଛି ଏ ଡାକ୍ତରଖାନା । ଏହି ୱନ ବେଡ୍ ହସ୍ପିଟାଲ ତିଆରି ପାଇଁ ପାଖାପାଖି ୨କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟ ବଡ ବଡ ଡାକ୍ତରଖାନାରେ ଯେଉଁ ସୁବିଧାମାନ ରହୁଛି ,ଏଠାରେ ସେୟା ଉପଲବ୍ଧ ହେବ । କାଇରୋ, ଇଜିପ୍ଟରେ ରହୁଥିବା ଇମାନ ସର୍ଜରୀ ପାଇଁ ଭାରତ ଆସିବେ ।

Masterଏହି ଏକ ବେଡ ବାଲା ଡାକ୍ତରଖାନା ୩ହଜାର ବର୍ଗ ଫୁଟରେ ତିଆରିହେବ । ଏଠାରେ ଅପରେସନ ଥିଏଟର ,ଏକ ଆଇସିୟୁ, ଡାକ୍ତରଙ୍କ ପାଇଁ ଏକ ରୁମ୍ ,ଆଟେଣ୍ଡାଂଟଙ୍କ ପାଇଁ ଏକ ରୁମ୍ ,୨ଟି ରେଷ୍ଟରୁମ୍ ଓ ଏକ ଭିଡିଓ କନଫରେନ୍ସ ରୁମ୍ ତିଆରି ହେବ । ଏହି ସ୍ପେଶାଲ ହସ୍ପିଟାଲରେ ଇମାନ ଅହମଦଙ୍କ ଶରୀର ଓଜନକୁ ଆଖିରେ ରଖି ସବୁ ଜିନିଷର ଡିଜାଇନ ବନାଯାଉଛି । ୭ଫୁଟ୍ ଚଉଡାର କବାଟ ଓ ୨୪ ଘଂଟା ଚିକିତ୍ସା ସୁବିଧା ପାଇଁ ଡାକ୍ତରଙ୍କ ଏକ ଗ୍ରୁପ୍ ତିଆରି ହୋଇଛି ।

Swaraj meets her Sri Lankan counterpartକାଇରୋରେ ରହୁଥିବା ଇମାନ ଅହମଦଙ୍କ ବୟସ ୩୬ ବର୍ଷ । ଗତ ୨୫ ବର୍ଷ ହେଲା ସେ ବାହାରର ଆଲୋକ ଦେଖିନାହାଁନ୍ତି । ଅତ୍ୟଧିକ ମେଦବହୁଳତା ଯୋଗୁଁ ଘରୁ ବାହାରି ପାରୁନାହାଁନ୍ତି ସେ । ଏବେ ତାଙ୍କ ଶରୀରର ଓଜନ ୫ଶହ କିଲୋଗ୍ରାମ୍ । ମୁମ୍ବାଇର ଡାକ୍ତର ଲକଡୱାଲାଙ୍କୁ ଟୁଇଟ କରି ନିଜ ଅପରେସନ ପାଇଁ କହିଥିଲେ ଇମାନ । ଏହାପରେ ଡାକ୍ତର ଲକଡୱାଲା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାହାଯ୍ୟ ମାଗିଥିଲେ । ଏବଂ ଇମାନଙ୍କୁ ମୁମ୍ବାଇ ଆଣିବାକୁ ଫଣ୍ଡ କଲେକ୍ସନ ପାଇଁ ଅନଲାଇନର ସାହାଯ୍ୟ ନେଇଥିଲେ ।

ଯେଉଁ କନଷ୍ଟ୍ରକ୍ସନ କଂପାନୀ ଏହି ସ୍ପେଶାଲ ହସ୍ପିଟାଲକୁ ତିଆରି କରୁଛନ୍ତି , ଏହାର କାମ ଜାନୁଆରୀ ଶେଷ ସୁଦ୍ଧା ସରିବାର ଆଶ୍ୱାସନ ଦେଇଛନ୍ତି । ୭୦% ସରି ଗଲାଣି । ଆଉ ବାକି ୧୦ ଦିନରେ ସରିଯିବ । ତାପରେ ଏଠି ଆସି ଚିକିତ୍ସିତ ହେବେ ବିଶ୍ୱର ଏହି ମୋଟୀ ମହିଳା ।

ଏହାସହ ମଧ୍ୟ ଦେଖନ୍ତୁ-ପୋଷା କୁକୁରର ମୃତ୍ୟୁ ପାଇଁ ଆତ୍ମହତ୍ୟା କଲେ ଯୁବକ : ଚର୍ଚ୍ଚାରେ ସୁଇସାଇଡ୍ ନୋଟ୍