ମୁଁ କରିଛି ପ୍ରେମ ମୁଁ ହାରିବି ଜୀବନ : ସୁଇସାଇଡ୍ ନୋଟରେ ନାବାଳିକାର ବୟାନ

50

maxresdefaultଜଣେ ନାବାଳିକାଙ୍କ ପ୍ରେମ ଜନିତ ଆତ୍ମହତ୍ୟାକୁ ନେଇ ଏବେ ଚର୍ଚ୍ଚା । ପ୍ରେମରେ ପ୍ରତାରଣ ପାଇଁ ନୁହେଁ । ନିଜେ କରିଥିବା ପ୍ରେମରେ ଲଜ୍ଜିତ ହୋଇ , ଏମିତି କରିବାର ନଥିଲା ଭାବି ଜଣେ ୧୫ ବର୍ଷୀୟ ବାଳିକା ନିଜ ଘରେ ସିଲିଂ ଫ୍ୟାନରେ ଝୁଲି କରିଛନ୍ତି ଆତ୍ମହତ୍ୟା ।

nnପୁଲିସର ସୂଚନା ଅନୁସାରେ , ଗତ ବୁଧବାର ଦିନ ୨ଟାରେ ଏହି ନାବାଳିକାର ମା’ଝିଅ ଆତ୍ମହତ୍ୟା କରିବାର ଦେଖିଥିଲେ ଏବଂ ପଡୋଶୀଙ୍କୁ ଜଣାଇଥିଲେ । ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣକ ନିଜ ବୟସର ଜଣେ ସ୍ଥାନୀୟ ଯୁବକଙ୍କୁ ଭଲପାଉ ଥିଲେ । କିନ୍ତୁ ଏଥିରେ ବାଳିକାର ମା’ ବିରୋଧ କରୁଥିଲେ । ଏହି ସଂପର୍କକୁ ନେଇ ଖୁବ୍ ରାଗି ଯାଇଥିଲେ ବାଳିକାର ମା’ ଏବଂ ନିଜକୁ ଏଥିରେ ଲଜ୍ଜିତ ମନେକରି ଓ ପଶ୍ଚାତାପ କରି ବାଛିନେଇଥିଲେ ଆତ୍ମହତ୍ୟାର ବାଟ । ଘରେ ନିଜ ମା’ ନଥିବା ବେଳେ ଫ୍ୟାନରେ ଝୁଲି କରିଥିଲେ ଆତ୍ମହତ୍ୟା ଏବଂ ଛାଡିଯାଇଥିଲେ ନିଜ ଆତ୍ମହତ୍ୟାର କାରଣ ଲେଖି ।

stock-photo-running-knot-and-a-suicide-note-on-a-wooden-background-437349478 ମା’ ମୋ ଭୁଲ ପାଇଁ ମୁଁ ଅନୁତପ୍ତ । ଜୀବନରେ ଅନେକ ଭୁଲ କରିଛି । ହେଲେ ଏ ଭୁଲ ମୋ ପାଇଁ ଅକ୍ଷମଣୀୟ । ମୁଁ ଏଥିରେ ଲଜ୍ଜିତ । ମୁଁ ତୋତେ ଦୁଃଖ ଦେଇଛି । ମୁଁ ପ୍ରେମରେ ପଡିବା ମୋର ଥିଲା ଭୁଲ୍ । ସେ ପିଲାକୁ କହିବୁ ମୋତେ କ୍ଷମା କରିଦେବେ …” । ଏମିତି କିଛି ନିଜ ଜୀବନର ଶେଷ ଧାଡି ଲେଖିଥିଲେ ନିଜ ମା’ ପାଇଁ ବାଳିକା ଜଣକ ।

ନୋଏଡାର ଏଲ କଂପାନୀରେ କାମ କରନ୍ତି ଏହି ବାଳିକାର ମା’ । ମା’ ଓ ଝିଅ ଦୁହେଁ ସାଥି ହୋଇ ରୁହନ୍ତି । ଏକ ପ୍ରାଇଭେଟ ସ୍କୁଲରେ ୮ମ ଶ୍ରେଣୀର ଛାତ୍ରୀ ବାଳିକା ଜଣକ । ପୁଲିସ ଏହି ବାଳିକାର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସୂଚନା ଅନୁସାରେ କାହା ବିରୋଧରେ ଏତଲା ଦିଆହୋଇ ନାହିଁ ।