ସ୍କୁଲ ପ୍ରିନ୍ସିପାଲ ହେଲେ ୧୪ ବର୍ଷୀୟା ପ୍ରିୟଙ୍କା !

25

ଝାରଖଣ୍ଡ : ଝାରଖଣ୍ଡର ଛୋଟ ଗାଁରେ ବାଳିକା ସଶକ୍ତିକରଣକୁ ନେଇ ପ୍ରଶାସନ ଅଭିନବ ପ୍ରâୟାସ କରିଛନ୍ତି । ଶିକ୍ଷା ବିଭାଗ ଜାଦୁଗୋଡା ପାଖରେ ଦୁରକୁ ଗାଁର ୧୦ ଶ୍ରେଣୀର ହାଇସ୍କୁଲ ଛାତ୍ରୀକୁ ଗୋଟେ ଦିନ ପାଇଁ କରିଛନ୍ତି ପ୍ରିିନ୍ସିପାଲ ।

ଏହି ଦିନ ଛାତ୍ରୀ ପ୍ରିୟଙ୍କା ସକାଳୁ ସକାଳୁ ସ୍କୁଲରେ ପହଁଚିବା ପଡରେ ସ୍କୁଲର ପ୍ରିନ୍ସିପାଲ ସୁନିଲ ଯାଦବ ଏବଂ ଗ୍ରାମର ମୁଖିଆ ଲକ୍ଷ୍ମୀଚରଣ ସିଂ ତାଙ୍କୁ ପ୍ରିନ୍ସିପାଲଙ୍କ ଆସନରେ ବସାଇଥିଲେ । ଦିନକ ପାଇଁ ପ୍ରିନ୍ସିପାଲ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ତୁରନ୍ତ ସ୍କୁଲର ସମସ୍ତ ଶ୍ରେଣୀ ଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ପାଠ ପଢା କଥା ବୁଝିଥିଲେ । ସେ ସ୍କୁଲର ପ୍ରାର୍ଥନାରେ ସାମିଲ ହେବା ସହ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ମଧ୍ୟ ଦେଖିଥିଲେ ।

ଏପରିକି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଷା ଯିବା ପୂର୍ବରୁ ସେ ନିଜେ ଏହାକୁ ଚାଖିଥିଲେ । ଛାତ୍ରଛାତ୍ରୀଙ୍କୁ ଦାୟିତ୍ୱବୋଧର ଶିକ୍ଷା ଏବଂ ପ୍ରୋତ୍ସାହନ ଦେବା ନିମନ୍ତେ ୧୦ ଶ୍ରେଣୀର ଏହି ଛାତ୍ରୀଙ୍କୁ ଦିନକ ପାଇଁ ଦାୟିତ୍ୱ ଦିଆଯିବାର ନିଷ୍ପତ୍ତି ନିଆଯାଇଥିଲା ।

ଏହାସହ ମଧ୍ୟ ପଢନ୍ତୁ – ମେସିନ୍ କହିବ ଗହନ ମନର ଗୋପନ କଥା ! ପରଦାରେ ଝଲସିବ ଭାବନାର ଛବି