ଭାରତ ସରକାର ଓ ରାମଦେବଙ୍କ ପତଂଜଳି ମଧ୍ୟରେ ୧୦ ହଜାର କୋଟି ଟଙ୍କାର ଏମଓୟୁ ସାଇନ୍ !

122

କେନ୍ଦ୍ର ସରକାର ଓ ବାବା ରାମଦେବଙ୍କର ପତଂଜଳି ଆୟୁର୍ବେଦ ମଧ୍ୟରେ ୧୦ ହଜାର କୋଟିର ବୁଝାମଣା ହୋଇଛି । ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବି ୱଲର୍ଡ ଫୁଡ୍ ଇଣ୍ଡିଆ ୨୦୧୭ ଅବସରରେ ଭାରତ ସରକାର ଓ ପତଂଜଳି ମଧ୍ୟରେ ୧୦ ହଜାର କୋଟି ଟଙ୍କାର ଏମଓୟୁ ଶୁକ୍ରବାର ଦିନକୁ ସାଇନ୍ ହୋଇଛି । ବୁଝାମଣା ସମୟରେ କେନ୍ଦ୍ରୀୟ ଖାଦ୍ୟ ପ୍ରସଂସ୍କରଣ ମନ୍ତ୍ରୀ ହରସିମରତ କୌର ବାଦଲ ଓ ପତଂଜଳିର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଉପସ୍ଥିତ ଥିଲେ ।

ଏହି ଫୁଡ୍ ଫେଷ୍ଟିଭଲରେ କେବଳ ପତଂଜଳି ହିଁ ଏମିତି ଭାରତୀୟ କଂପାନୀ , ଯାହାକୁ ଆମନ୍ତ୍ରିତ କରାଯାଇଥିଲା । ଫେଷ୍ଟରେ ୪୦ ଦେଶର କଂପାନୀଗୁଡିକ ଭାଗ ନେବାକୁ ଆମନ୍ତ୍ରିତ କରାଯାଇଥିଲା । ପତଂଜଳି ଆୟୁର୍ବେଦର ପ୍ରତିଷ୍ଠାତା ବାବା ରାମଦେବ ଓ ବାଳକୃଷ୍ଣ ଏହି ବର୍ଷ ମେ ମାସରେ କହିଥିଲେ କି କଂପାନୀର ବିତ୍ତ ବର୍ଷ ୨୦୧୬-୧୭ରେ ଟର୍ଣ୍ଣଓଭର ୧୦,୫୬୧ କୋଟି ଟଙ୍କା ଥିଲା । ଭାରତ ସରକାର ପତଂଜଳି ସହ ଏହାର ବାର୍ଷିକ ଟର୍ଣ୍ଣଓଭର ଅନୁଯାୟୀ ଏମଓୟୁ ସାଇନ୍ କରିଥିଲେ ।

ଏହା ପୂର୍ବରୁ ମଧ୍ୟ ଅନେକ ରାଜ୍ୟ ସରକାର ପତଂଜଳି ସହ ଫୁଡ୍ ପାର୍କ ପାଇଁ ଜମି ଉପଲବ୍ଧ କରିବାକୁ କଥା ଦେଇଛନ୍ତି । ଚଳିତ ବର୍ଷର ଆରମ୍ଭରେ ହରିଆଣାର ବିଜେପି ସରକାର ଔଷଧୀୟ କ୍ଷେତ ପାଇଁ ପତଂଜଳି ସହ ୫୩ ଏକର ଜମି ର ଡିଲ୍ ଫାଇନାଲ କରିଥିଲେ । ପତଂଜଳି ୨୦୧୭-୧୮ ବିତ୍ତ ବର୍ଷରେ ୧୦୦ ପ୍ରତିଶତ ଗ୍ରୋଥର ଅନୁମାନ କରି ଚାଲୁଅଛି ।
( ସୌଜନ୍ୟ-ନବଭାରତ ଟାଇମ୍ସ)