୧୦ସପ୍ତାହର ଶିଶୁ ସୋସିଆଲ ମିଡିଆରେ ଭାଇରାଲ : ରାତାରାତି ପାଲଟିଛି ଜଣେ ସେଲିବ୍ରେଟି

41

babys-full-head-hairସୋସିଆଲ ମିଡିଆରେ ଏବେ ୧୦ ସପ୍ତାହର ଏକ ଶିଶୁର ଫଟୋ ଖୁବ୍ ଭାଇରାଲ ସାଜିଛି । ଅଢେଇ ମାସର ଏହି କୁନି ଝିଅର ଫଟୋକୁ ନେଇ ଚାରିଆଡେ ଚର୍ଚ୍ଚା । ଇଂଟରନେଟରେ ଭାଇରାଲ ହୋଇଥିବା ଏହି କୁନି ଝିଅ ରାତାରାତି ଏକ ଷ୍ଟାର ପାଲଟିଯାଇଛି । ଇଣ୍ଡିପେଡେଂଟ ଡଟ୍ ଆଇରେ ପ୍ରକାଶିତ ହୋଇଛି ଏହି ଖବର ।

କଥା ଏୟାଯେ , ପ୍ରକୃତରେ ପିଲାଟି ୧୦ ସପ୍ତାହର । ହେଲେ ତାର ମୁଣ୍ଡରେ ବଡ ଲୋକଙ୍କ ଭଳି କେଶ ଭର୍ତି ହୋଇଛି । ଏତେ କଅଁଳ ବୟସରେ ଏପରି ଘଟଣା ସମସ୍ତଙ୍କୁ ତାଜୁବ କରିଛି । କିଛିଲୋକ ଏହି ପିଲାର ହେୟାର ଷ୍ଟାଇଲ ଦେଖି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପରି କହୁଛନ୍ତି ।

ପିଲାଟିର ପିତା ଇଜାବେଲେ କାପଲନଙ୍କ କହିବାନୁସାରେ ପ୍ରକୃତରେ ପିଲାର ବୟସ ଅଢେଇ ମାସ କିନ୍ତୁ ତାଙ୍କୁ ଲାଗେ ସେ ଏକ ବର୍ଷର ପିଲା । ଏହାର ମୁଣ୍ଡର କେଶ ଦେଖିବାକୁ ଭିନ୍ନ ଧରଣର । ଛୋଟ ପିଲା ବୋଲି ଜଣାପଡେନି । ଏହି ପିଲାର ମା’ ମୈଙ୍କେଜି କାପଲନ ନିଜର ଫଟୋ ଏହି ଅଦ୍ଭୂତ କୁନି ଝିଅ ସହ ସୋସିଆଲ ମିଡିଆରେ ସେୟାର କିରଥିଲେ । ତାପରେ ଏହା ଭାଇରାଲ ସାଜିଥିଲା ।

କାର୍ଲିଫର୍ଣ୍ଣିଆର ରେଡବୁଡରେ ରହୁନ୍ତି ଏହି କାପଲନ ଦମ୍ପତି । ଏମାନଙ୍କ କହିବାନୁସାରେ ସେମାନେ ଏହି ପିଲାର ମୁଣ୍ଡରେ କୈାଣସି ରାସାୟନିକ ଔଷଧ ଲଗାଇ ନାହାଁନ୍ତି । ଏମିତି ଚମକ୍ରାର ଆପେ ଆପେ ହୋଇଛି ।

ଦେଖନ୍ତୁ ଏହି ଭିଡିଓ –