ଅଦ୍ଭୁତ ସଫଳତା ! ୧୧ ବର୍ଷରେ ଦ୍ୱାଦଶ ପାସ୍

52

ତେଲେଙ୍ଗାନାର ପ୍ରତିଭାବାନ ଶିଶୁ ୧୧ ବର୍ଷୀୟ ଅଗସ୍ତ୍ୟ ଜୟସ୍ୱାଲ ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷା ପାସ୍ କରି ରେକର୍ଡ କରିଛନ୍ତି । ଅଗସ୍ତ୍ୟଙ୍କ ପିତା ଅଶ୍ୱିନୀ କୁମାର କହିଛନ୍ତି ଯେ, ତାଙ୍କ ପୁତ୍ର ୬୩ ପ୍ରତିଶତ ନମ୍ବର ସହିତ ଇଣ୍ଟରମିଡିଏଟ୍ ପାସ୍ କରିଛନ୍ତି । ଏତେ କମ୍ ବୟସରେ ଇଣ୍ଟରମିଡିଏଟ୍ ପାସ୍ କରିବାରେ ସେ ରାଜ୍ୟର ପ୍ରଥମ ଛାତ୍ର ।

ଅଗସ୍ତ୍ୟ ୟୁସୁଫଗୁଡାର ସେଣ୍ଟ ମେରୀ ଜୁନିୟର କଲେଜର ଛାତ୍ର । ସେ ଚଳିତ ବର୍ଷ ମାର୍ଚ୍ଚରେ ଦ୍ୱାଦଶ ପରୀକ୍ଷା ଦେଇଥିଲେ । ୧୬ ଏପ୍ରିଲରେ ପରୀକ୍ଷା ଫଳ ଆସିଥିଲା । ଅଶ୍ୱିନୀ କୁମାର କହିଛନ୍ତି , ଅଗସ୍ତ୍ୟ ୨୦୧୫ରେ ମାତ୍ର ୯ବର୍ଷ ବୟସରେ ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରୀକ୍ଷା ଦେବା ପାଇଁ ତାଙ୍କୁ ତେଲେଙ୍ଗାନା ଏସଏସସି ବୋର୍ଡର ଅନୁମତି ନେବାକୁ ପଡିଥିଲା । ଦ୍ୱାଦଶ ପରୀକ୍ଷା ପାଇଁ ଏପରି ଅନୁମତିର ଆବଶ୍ୟକତା ନଥିଲା । କାରଣ ଇଣ୍ଟରମିଡିଏଟ୍ ବୋର୍ଡ ଅନ୍ୟ ସମସ୍ତ ସୂଚନା ପାଇଁ ଏସଏସସିର ତଥ୍ୟ ଉପରେ ଭରସା କରିଥାଏ ବୋଲି ଅଶ୍ୱିନୀ କୁମାର କହିଛନ୍ତି ।