ଚର୍ଚ୍ଚାରେ ସାଂସଦ : କାରରେ ଜାଗା ନଥିବାରୁ ପିଲା ଜନ୍ମ ପାଇଁ ସାଇକେଲରେ ଆସିଲେ ମେଡିକାଲ

34

ପିଲା ଜନ୍ମ ସମୟରେ ମହିଳାଙ୍କର ଅଧିକ ଯତ୍ନ ନିଆଯାଏ। ସେମାନଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଏ। କିନ୍ତୁ ନ୍ୟୁଜିଲାଣ୍ଡର ସାଂସଦ ଜୁଲି ଏନେ ଜେଣ୍ଟରଙ୍କ କ୍ଷେତ୍ରରେ ସେଭଳି ହୋଇନାହିଁ। ତାଙ୍କୁ ତାଙ୍କ ପରିବାର ଲୋକ ହସ୍ପିଟାଲ୍‌ ଆଣିନାହାନ୍ତି। ସେ ସାଇକେଲ ଚଳାଇ ନିଜର ପ୍ରଥମ ପିଲାକୁ ଜନ୍ମ ଦେବା ପାଇଁ ହସ୍ପିଟାଲ୍‌ ଆସିଛନ୍ତି।

ଏଭଳି ସମୟରେ ବିପଦ ଉଠାଇବା ଯଦିଓ ଠିକ୍‌ ନୁହେଁ, ତଥାପି ସେ ଏହାଦ୍ୱାରା ସାହସର ସହିତ ପରିସ୍ଥିତିକୁ ସାମ୍ନା କରିବା ଲାଗି ଅନ୍ୟମାନଙ୍କୁ ବାର୍ତା ଦେଇଛନ୍ତି। ତାଙ୍କ କାରରେ ଯଥେଷ୍ଟ ଜାଗା ନଥିବାରୁ ସେ ସାଇକେଲରେ ଆସିବାକୁ ପସନ୍ଦ କରିଥିଲେ। ଗ୍ରୀନ୍‌ ପାର୍ଟି ସାଂସଦ ଜେଣ୍ଟରଙ୍କ କହିବାନୁଯାୟୀ ସକାଳ ଆକାଶ ଖୁବ୍‌ ସୁନ୍ଦର ଦିଶୁଥିଲା। ସାଇକେଲ ଚାଳନାରେ ଅଭ୍ୟସ୍ତ ଥିବାରୁ ସାଇକେଲ ନିଜେ ନେଇ ହସ୍ପିଟାଲ୍‌ ଯିବାକୁ ଉଚିତ ମଣିଥିଲି। କିନ୍ତୁ ବାଟରେ ଅସୁବିଧା ହୋଇନାହିଁ। ପରିବେଶ ସୁରକ୍ଷା ପାଇଁ ସବୁବେଳେ ଅନ୍ୟଙ୍କୁ ପରାମର୍ଶ ଦେଉଥିବା ଜେଣ୍ଟର ସାଇକେଲ୍‌ ଚାଳନା ନିମନ୍ତେ ମଧ୍ୟ ଅନୁରୋଧ କରିଥାନ୍ତି।