ଚାକିରି ପାଇଁ ଏଠାରେ କରନ୍ତୁ ଆବେଦନ: ଶିକ୍ଷାଗତ ଯୋଗ୍ୟତା ଯାହାହେଲେ ବି ଚଳିବ, ସପ୍ତାହକୁ କରିବାକୁ ହେବ ମାତ୍ର ୪ଦିନ କାମ, ଦରମା କୋଟିଏ ଟଙ୍କାରୁ ଅଧିକ

କଂପାନୀର ସର୍ତ୍ତ: ଆଶାୟୀ ପ୍ରାର୍ଥୀଙ୍କର ବୟସ ୨୦ ବର୍ଷରୁ ଅଧିକ ହୋଇଥିବା ଦରକାର

555

ସାଧାରଣତଃ ଜଣେ ମଧ୍ୟମ ବର୍ଗର ବ୍ୟକ୍ତିଙ୍କ ପାଇଁ କୋଟି କୋଟି ଟଙ୍କାର ଦରମା ମିଳିବା ଭଳି ଚାକିରିଟିଏ ମିଳିବା କୌଣସି ସ୍ୱପ୍ନଠାରୁ ବି କମ୍ ନୁହେଁ । ଲୋକେ ବି ଏକଥା ସ୍ୱୀକାର କରନ୍ତି କି, ଏଭଳି ମୋଟା ଅଙ୍କର ସାଲାରୀ ପାଇବାକୁ ହେଲେ ସେମାନଙ୍କ ନିକଟରେ ସେଭଳି କ୍ୱାଲିଫିକେସନ ମଧ୍ୟ ଥିବା ନିହାତି ଜରୁରୀ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଚାକିରି ସଂପର୍କରେ ଜଣାଇବୁ , ଯେଉଁଥିରେ କାମ କରିବାକୁ ହେଲେ ନା ତ ଆପଣଙ୍କ ନିକଟରେ ସେଭଳି କୌଣସି ଡିଗ୍ରୀ ଥିବା ଦରକାର, ନା ହିଁ କୌଣସି ଖାସ୍ କ୍ୱାଲିଫିକେସନ । ବଡ କଥା ହେଲା ଏଥିରେ ଆପଣଙ୍କୁ ସପ୍ତାହରେ ମାତ୍ର ୪ ଦିନ ହିଁ କାମ କରିବାକୁ ପଡିବ । ଆଉ ବଦଳରେ ଆପଣଙ୍କୁ ମିଳିବ ଦେଢ କୋଟି ଟଙ୍କାର ଦରମା । କିନ୍ତୁ ବଡ ଦୁର୍ଭାଗ୍ୟର ବିଷୟ ହେଲା , ଏଥିରେ କର୍ମଚାରୀଙ୍କୁ ଏତେ ସବୁ ସୁବିଧା ମିଳୁଥିଲେ ସୁଦ୍ଧା କେହି ଏହି ଚାକିରି କରିବାକୁ ଚାହୁଁନାହଁନ୍ତି । ତେବେ କାହିଁକି ଜାଣିବା ପାଇଁ ପଢନ୍ତୁ ପୂରା ଖବର..

ନ୍ୟୁଜିଲାଣ୍ଡରେ ଏୟାର ଟ୍ରାଫିକ୍ କଂଟ୍ରୋଲର ଚାକିରି ପାଇଁ କଂପାନୀ ତରଫରୁ କୋଟି କୋଟି ଟଙ୍କା ସାଲାରୀ ପ୍ୟାକେଜ୍ ଅଫର କରାଯାଉଛି । କାମ ହେଲା ଫ୍ଲାଇଟଗୁଡିକର ଟ୍ରାଫିକ୍ କଂଟ୍ରୋଲ କରିବା । ଯେପରିକି କେଉଁ ଫ୍ଲାଇଟ୍ କେତେବେଳେ ଯିବ, କେଉଁ ଫ୍ଲାଇଟ୍ କେତେ ବେଳେ ଆସିବ ଏବଂ କେଉଁ ଫ୍ଲାଇଟ୍ କେଉଁ ରନୱେରେ ଅବତରଣ କରିବ ଇତ୍ୟାଦି । ତେବେ ଏସମସ୍ତ କାମ ଏୟାର ଟ୍ରାଫିକ୍ କଂଟ୍ରୋଲଙ୍କୁ କରିବାକୁ ପଡିଥାଏ । କଂପାନୀ ଏହି କାମ ପାଇଁ ପ୍ରାର୍ଥୀଙ୍କଠାରୁ କୌଣସି ବି କ୍ୱାଲିଫିକେସନ ମାଗିନଥାଏ । କଂପାନୀର ବାସ୍ ଗୋଟିଏ ସର୍ତ୍ତ ରହିଛି । ଆଉ ସେ ହେଲା, ଏହି କାମ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କର ବୟସ ୨୦ ବର୍ଷରୁ ଅଧିକ ହୋଇଥିବା ଦରକାର ।

କଂପାନୀ ସୂଚନା ମୁତାବକ, ଏଠାରେ କାମ କରିବାକୁ ଲୋକେ ନାରାଜ୍ ଏଥିପାଇଁ କି , ଲୋକଙ୍କର ଧାରଣା ରହିଛି କି, ସେମାନେ ଏହି କାମ କରିବାକୁ ଆଦୌ ଫିଟ୍ ନୁହଁନ୍ତି ବୋଲି । ଆଉ ଗୋଟିଏ କଥା ହେଲା, ଯେଉଁ କାରଣରୁ ଲୋକେ ଏହି ଚାକିରି କରିବାକୁ ଚାହୁଁ ନାହାଁନ୍ତି ତାହା ହେଲା, ଏହି କାମ ବହୁତ ବିପଦଜ୍ଜନକ । କାହିଁକି ନା ଏୟାର ଟ୍ରାଫିକ୍ କଂଟ୍ରୋଲର ସାମାନ୍ୟତମ ଅବହେଳା ପାଇଁ ଅନେକ ଲୋକଙ୍କର ଜୀବୀନ ଚାଲିଯାଇପାରେ ।