ବ୍ୟାଙ୍କ୍ ଓ ଏଟିଏମ୍ ନଯାଇ ଜାଣିପାରିବେ ବ୍ୟାଙ୍କ୍ ବାଲାନ୍ସ ! ଜାଣନ୍ତୁ ଏହି ତରିକା

90

atm-machineସାଧାରଣତଃ ଆମ୍ଭେମାନେ ନିଜର କ୍ୟାସ୍ ବାଲାନ୍ସ ଚେକ୍ କରିବା ପାଇଁ ଏଟିଏମ୍ କିମ୍ବା ବ୍ୟାଙ୍କ୍ ଯାଇଥାଉ । ଏହା ନେଇ ବେଳେବେଳେ ଆମକୁ ଖୁବ୍ ଅସୁବିଧା ଉଠାଇବାକୁ ପଡେ । ହେଲେ ଏବେ ଲୋକଙ୍କ ସୁବିଧା ପାଇଁ ଆରବିଆଇ ଏକ ବଡ ପଦକ୍ଷେପ ଉଠାଇଛି ।  ପ୍ରତି ବ୍ୟାଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ନଂ ଜାରି କରିଛି । ଯାହା ଦ୍ୱାରା ଜଣେ ଘରେ ବସି ନିଜର ମନି ବ୍ୟାଲାନ୍ସ ଚେକ୍ କରିପାରିବ ।

RBI_49ନିଜର ରେଜିଷ୍ଟର ମୋବାଇଲ ନଂ ରୁ ବ୍ୟାଙ୍କ ତରଫରୁ ଜାରି ସ୍ୱତନ୍ତ୍ର ନଂ ରେ ଡାଏଲ୍ କଲେ , ଖାତା ସମ୍ବନ୍ଧିତ ସବୁ ତଥ୍ୟ ଏସଏମଏସ କରିଆରେ ମୋବାଇଲରେ ଉପଲବ୍ଧ ହୋଇଯାଏ । ତାପରେ ଆପଣଙ୍କୁ ଘରେ ବସି ବ୍ୟାଙ୍କ୍ ବାଲାନ୍ସ ବିଷୟରେ ତଥ୍ୟ ମିଳିଯାଏ । ଆଉ ବୃଥାରେ ଏଟିଏମ ଓ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ ।

କେମିତି ଚେକ୍ କରିବେ ବାଲାନ୍ସ ନିମ୍ନ ତଥ୍ୟରୁ ଜାଣନ୍ତୁ –
ତଳେ ଦିଆଯାଇଥିବା ପ୍ରତି ବ୍ୟାଙ୍କର ନମ୍ବରକୁ ଆପଣ ନିଜର ବ୍ୟାଙ୍କ ରେଜିଷ୍ଟର ମୋବାଇଲ ନଂରେ ଡାଏଲ୍ କରନ୍ତୁ । କଲ୍ ଆପେ କଟିଯିବ । ଆପଣଙ୍କୁ ଖାଲି ଏସଏମଏସ ଜରିଆରେ ତଥ୍ୟ ପାଇବାକୁ ଟିକେ ଅପେକ୍ଷା କରିବାକୁ ହେବ –

୧ – ଆକ୍ସିସ୍ ବ୍ୟାଙ୍କ୍ – ୦୯୨୨୫୮୯୨୨୫୮
୨ – -ଆନ୍ଧ୍ର ବ୍ୟାଙ୍କ୍  – ୦୯୨୨୩୦୧୧୩୦୦
୩ – ଆଲାହାବାଦ ବ୍ୟାଙ୍କ୍ -୦୯୨୨୪୧୫୦୧୫୦
୪ – ବ୍ୟାଙ୍କ୍ ଅଫ୍ ବରୋଦା – ୦୯୨୨୩୦୧୧୩୧୧
୫ – ଭାରତୀୟ ମହିଳା ବ୍ୟାଙ୍କ୍ – ୦୯୨୧୨୪୩୮୮୮୮
୬ – ଧନଲକ୍ଷ୍ମୀ ବ୍ୟାଙ୍କ୍ – ୦୮୦୬୭୭୪୭୭୦୦
୭ – ଆଇଡିବିଆଇ ବ୍ୟାଙ୍କ୍ – ୦୯୨୧୨୯୯୩୩୯୯
୮ – କୋଟକ ମହିନ୍ଦ୍ରା ବ୍ୟାଙ୍କ୍ – ୧୮୦୦୨୭୪୦୧୧୦
୯ – ସିଣ୍ଡିକେଟ୍ ବ୍ୟାଙ୍କ୍ -୦୯୬୬୪୫୫୨୨୫୫
୧୦ -ପଂଜାବ ନ୍ୟାସନାଲ ବ୍ୟାଙ୍କ୍ – ୧୮୦୦୧୮୦୨୨୨୨
୧୧ – ଆଇସିଆଇସିଆଇ ବ୍ୟାଙ୍କ୍ -୦୨୨୩୦୨୫୬୭୬୭
୧୨ –ଏଚଡିଏଫସି ବ୍ୟାଙ୍କ୍ -୧୮୦୦୨୭୦୩୩୩୩
୧୩ – ବ୍ୟାଙ୍କ ଅଫ୍ ଇଣ୍ଡିଆ -୦୨୨୩୩୫୯୮୫୪୮
୧୪ –  କାନାରା ବ୍ୟାଙ୍କ୍ -୦୯୨୮୯୨୯୨୮୯୨
୧୫ – ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ –୦୯୨୨୨୨୫୦୦୦୦
୧୬ – କର୍ଣ୍ଣାଟକ ବ୍ୟାଙ୍କ୍ – ୧୮୦୦୪୨୫୧୪୪୫
୧୭ – ଇଣ୍ଡିଆନ୍ ବ୍ୟାଙ୍କ୍ – ୦୯୨୮୯୫୯୨୮୯୫
୧୮ – ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ – ( ବାଲାନ୍ସ ତଥ୍ୟ ଆଇଭିଆର୍ ମାଧ୍ୟମରେ ପାଇବେ )
୧୮୦୦୧୧୨୨୧୧ ଓ ୧୮୦୦୪୨୫୩୮୦୦
୧୯ –  ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ -୦୯୨୨୩୦୦୯୨୯୨
୨୦ – ୟୁକୋ ବ୍ୟାଙ୍କ୍ – ୦୯୨୭୮୭୯୨୭୮୭
୨୧ – ବିଜୟ ବ୍ୟାଙ୍କ୍ – ୧୮୦୦୨୬୬୫୫୫୫
୨୨ – ୟେସ୍ ବ୍ୟାଙ୍କ୍ – ୦୯୮୪୦୯୦୯୦୦୦
୨୩ –  ସାଉଥ୍ ଇଣ୍ଡିୟନ ବ୍ୟାଙ୍କ – ୦୯୨୨୩୦୦୮୪୮
୨୪ – ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର – ୯୨୨୨୨୮୧୮୧୮
୨୫ – ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ -୦୮୦୬୭୨୦୫୭୫୭

ଆରବିଆଇ ଜାରି କରିଥିବା ଏହିସବୁ ନଂକୁ ଡାଏଲ୍ କରି ଆପଣ ଜାଣି ପାରିବେ ଆପଣଙ୍କ ବାଲାନ୍ସ ।

ଏହାସହ ମଧ୍ୟ ପଢନ୍ତୁଗର୍ଭନିରୋଧକ ଆପକୁ ନେଇ ଚର୍ଚ୍ଚା : ପ୍ରଥମଥର ପାଇଁ ମିଳିଲା ସରକାରୀ ସ୍ୱୀକୃତି